ଓଡ଼ିଶାଲାଇଭ୍ ବ୍ୟୁରୋ

ଭଳିକି ଭଳି ହାତ ତିଆରି ଜିନିଷ ଓ କାରୁକାର୍ଯ୍ୟରେ ପୂରି ଉଠିଛି କେନ୍ଦ୍ରାପଡ଼ାର ପଲ୍ଲୀଶ୍ରୀ ମେଳା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବଣିକମାନେ ନାନା ପ୍ରକାର ହାତ ତିଆରି ଜନଷର ପସରା ମେଲିଛନ୍ତି। ଏହି ରାଜ୍ୟସ୍ତରୀୟ ମେଳାକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ସମବାୟ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ଏହି ମେଳାରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧୃବ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଓ୍ୱାଲ, କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତି ହୋଇଥିବା ବିଭିନ୍ନ ଘରକରଣା ଦ୍ରବ୍ୟର କିଣାବିକା ଜିଲ୍ଲାର ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ ବୋଲି କେନ୍ଦ୍ରାପଡ଼ା ବିଧାୟକ କହିଥିଲେ।

ମନ୍ତ୍ରୀ ଓ ବିଧାୟକମାନେ ମେଳାରେ ସ୍ଥାନ ପାଇଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ସହ ଅନେକ ଘରକରଣା ଜିନିଷ କିଣିଥିଲେ। ଓରମାସ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହାୟତାରେ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ଉତ୍ସବରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳମାନଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରୁ ସାଂସ୍କୃତିକ ଦଳ ମାନ ପ୍ରତି ସଂଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରୁଛନ୍ତି। ଏହାଛଡ଼ା ଦୋଳି ଖେଳ ଚଟାପଟ ଖାଦ୍ୟର ଆସର ପଲ୍ଲୀଶ୍ରୀ ମେଳାରେ ଆଉ ଏକ ଆକର୍ଷଣ ପାଲଟିଛି।

Comment