ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ମହାମାରୀ ଭୟରୁ ମୁକ୍ତିପାଇବା ପାଇଁ ସାରା ଦେଶବାସୀ ଏବେ ଟିକାକରଣକୁ ଅନେଇ ବସିଛନ୍ତି। ଏହାରି ଭିତରେ ଆଜିଠୁ ଓଡ଼ିଶାର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆରମ୍ଭ ହୋଇଛି ପ୍ରାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍। ଶନିବାର କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡ୍ରାଏ ରନ୍ ଆରମ୍ଭ ହୋଇଛି। ଏଥିରେ  ସ୍ୱାସ୍ଥ୍ୟବିଭାଗର କର୍ମଚାରୀ ଓ ଡାକ୍ତର ସାମିଲ ହୋଇଥିଲେ। ଟୀକା ଆସିଲେ କେନ୍ଦ୍ରାପଡ଼ାବାସୀ କିପରି ଏହାକୁ ସଠିକ୍ ଭାବେ ନେଇପାରିବେ ସେନେଇ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା।

ଟିକାକରଣ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩ଟି ରୁମ୍ ପ୍ରସ୍ତୁତ କରାଯାଇଛି। ଟିକା ନେବାକୁ ଥିବା ବ୍ୟକ୍ତିମାନେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ତାଙ୍କୁ ପ୍ରଥମେ ଏକ ବିଶ୍ରାମାଗାରକୁ ନିଆଯିବ। ସେଠାରେ ତାଙ୍କ ସମ୍ବନ୍ଧରେ ସମସ୍ତ ଡାଟା ସଂଗ୍ରହ କରାଯିବ। ତାପରେ ତାଙ୍କୁ ଟିକାକରଣ ଗୃହକୁ ନିଆଯାଇ ଟିକାକରଣ କରାଯିବ। ଟିକା ନେଇସାରିବାପରେ ସେହି ବ୍ୟକ୍ତି ଜଣଙ୍କୁ ଆଉ ଏକ ଗୃହକୁ ନିଆଯାଇ ତାଙ୍କର ଯାଞ୍ଚ କରାଯିବ। ଯଦି ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତେବେ ତାହାର ପରବର୍ତ୍ତୀ ପରୀକ୍ଷା ନିରୀକ୍ଷା କରାଯିବା ସହିତ ପରବର୍ତ୍ତୀ ଚିକିତ୍ସା ଯୋଗାଇଦିଆଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ।

ଆଜି ଏହି କରୋନା ଟିକାକରଣର ଡ୍ରାଏ ରନରେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗର ୫ ଜଣ ଟିକାକରଣ କର୍ମଚାରୀ ଓ ୨୫ ଜଣ ସ୍ୱାସ୍ଥ୍ୟକର୍ମୀ ସାମିଲ ହୋଇଥିଲେ। ଖୁବଶୀଘ୍ର କରୋନା ଟୀକା ଆସିବାର ସମ୍ଭାବନାଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

Comment