ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ମସିହାରେ ବିରାଟ କୋହଲିଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ ଆଶାରେ ରହିଯାଇଛି।

ଆଉ ମାତ୍ର ଦିନ କେଇଟା ପରେ ନୂଆବର୍ଷ ଆସିବ। ଲୋକମାନେ ନୂଆ ନୂଆ କଥାକୁ ମନେ ରଖି ଆସ୍ତେ ଆସ୍ତେ ପୁରୁଣା କଥାକୁ ପାସୋରିଯିବାକୁ ଆରମ୍ଭ କରିବେ। ତେବେ ଏପରି କିଛି କଥା ଅଛି ଯାହା ଲୋକମାନଙ୍କ ମନରେ ପୁଣି ଥରେ ନୂଆ ବର୍ଷରେ ସେପରି ଜୀବିତ ରହିବ। ପୂର୍ବ ବର୍ଷ ବାକି ରହିଥିବା ନିଜର କିଛି ଅଧୁରା ସ୍ୱପ୍ନକୁ ପୂରା  କରିବାକୁ ୨୦୨୦ରେ ସମୟ ଖୋଜିବେ ଲୋକେ।ଭାରତୀୟ କ୍ରୀଡ଼ା ଇତିହାସର ମାଟି ଖୋଳି ଅନୁଧ୍ୟାନ କଲେ ଜଣାପଡ଼ିବ ଯେ, ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କର ମଧ୍ୟ କିଛି ସ୍ୱପ୍ନ ୨୦୧୯ରେ ଅଧୁରା ହୋଇ ରହିଯାଇଛି, ତାହା ମଧ୍ୟରେ ରହିଛି ଅଧିନାୟକ ଭାବେ ଭାରତ ପାଇଁ ବିଶ୍ୱକପ ଜିତିବାର ସ୍ୱପ୍ନ।

କ୍ରିକେଟ ଇତିହାସରେ ନିଜର ଅନେକ ରେକର୍ଡ ପାଇଁ ଖ୍ୟାତି ଅର୍ଜନ କରିଥିବା କୋହଲି ନିଜକୁ ଭାରତର ବିଶ୍ୱକପ ବିଜୟୀ ଅଧିନାୟକ ଭାବେ ପରିଚିତ କରିପାରିନାହାନ୍ତି। ଅଧିନାୟକ ଭାବେ ଭାରତ ପାଇଁ ବିଶ୍ୱକପ୍ ଜିତିବାର ଆଶା ବିରାଟଙ୍କ ପାଇଁ ଆଶାରେ ହିଁ ରହିଯାଇଛି।

ବିଶ୍ୱକପ ବିଜୟୀ ଅଧିନାୟକଙ୍କ ନାଁରେ ଭିତରେ ନିଜର ନାଁ ଯୋଡ଼ିବାକୁ ଇଚ୍ଛା ରଖିଥିବା କୋହଲି ଏବର୍ଷ ଏଥିରୁ ଗୋଟିଏ ପାଦ ପଛରେ ପଡ଼ିଯାଇଥିଲେ। ଯାହା ବିରାଟଙ୍କ ସହ ସହ କୋଟି କୋଟି ଭାରତୀୟ ପ୍ରଂଶସକଙ୍କ ଆଶାକୁ ମଧ୍ୟ ଆଶାରେ ରଖିଦେଇଥିଲା।୨୦୧୯ ମସିହାକୁ କ୍ରିକେଟ ଇତିହାସରେ ବିଶ୍ୱକପର ବର୍ଷ ବୋଲି କୁହାଯାଉଥିଲା। କ୍ରିକେଟର ଜନ୍ମସ୍ଥାନରେ ଖେଳାଯାଉଥିବା ଏହି ବିଶ୍ୱକପକୁ ଜିତିବାକୁ ଲକ୍ଷ୍ୟ ରଖିଥିଲେ ସବୁ ଦଳ। ତେବେ ସେମାନଙ୍କ ଭିତରେ ସୁବୁଠୁ ଆଗରେ ରହିଥିଲା ଟିମ୍ ଇଣ୍ଡିଆ। ଅଧିନାୟକଙ୍କ କୋହଲିଙ୍କଠାରୁ ଆରମ୍ଭ କରି ଟିମ୍ ଇଣ୍ଡିଆଙ୍କ କୋଚ୍ ପର୍ଯ୍ୟନ୍ତ ସମସ୍ତେ ବିଶ୍ୱକପକୁ ନେଇ ବେଶ୍ ଉତ୍ସାହିତ ଥିଲେ। ଇଂଲଣ୍ଡ ବିଶ୍ୱକପ ଜିତି ବିରାଟ ବାହିନୀ ତୃତୀୟ ଥର ପାଇଁ ବିଶ୍ୱବିଜେତା ହେବାକୁ ଲକ୍ଷ୍ୟ ରଖିଥିଲା। ଏପରିକି କ୍ରିକେଟ୍ ବିଶେଷଜ୍ଞମାନେ ଭାରତ ଚାମ୍ପିୟନ ହେବ ବୋଲି ଆଗୁଆ ଭବିଷ୍ୟତବାଣୀ କରିଦେଇଥିଲେ।

ଇଂଲଣ୍ଡ ପରିବେଶରେ ଭାରତୀୟ ଖେଳାଳିମାନେ ନିଜକୁ ଫିଟ୍ କରିବାକୁ ଆଗୁଆ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଥିଲେ। ବିଦେଶୀ ମାଟିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ହରାଇସାରିଥିବା ଭାରତୀୟ ଦଳ ଦୃଢ଼ ମନୋବଳ ସହ ୨୦୧୯ ବିଶ୍ୱକପ୍ ମଇଦାନକୁ ଓହ୍ଲାଇଥିଲା।ଲିଗ୍ ପର୍ଯ୍ୟାୟରେ ମଧ୍ୟ ଟିମ୍ ଇଣ୍ଡିଆ ପଡ଼ିଆ ଭିତରେ ନିଜର ଦମଦାର୍ ଖେଳ ଜାରି ରଖିଥିଲା। ଲିଗ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହି ଭାରତ ନକଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ନକଆଉଟ ମ୍ୟାଚରେ କିନ୍ତୁ ଭାରତରେ ବିଜୟରେ ବ୍ରେକ୍ ଲାଗିଥିଲା। ଘରୋଇ ପଡ଼ିଆରେ ଖେଳୁଥିବା ଟିମ୍ ଇଂଲଣ୍ଡ ଆଗରେ ହାର ମାନିଥିଲା ବିରାଟ ବାହିନୀ। ବିଶ୍ୱକପ୍ ଫାଇନାଲକୁ ଆଉ ମାତ୍ର ଗୋଟିଏ ବିଜୟ ବାକି ଥିବାବେଳେ ଇଂଲଣ୍ଡ ପାଖରୁ ପରାଜୟ ସହ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲା ବିରାଟ ବାହିନୀ।

୧୯୮୩ ମସିହାରେ ଭାରତ ପାଇଁ କପିଳ ଦେବ ପ୍ରଥମ କରି ବିଶ୍ୱକପ୍ ଜିତିଥିଲେ। ଏହାର ୨୮ ବର୍ଷ ପରେ କ୍ୟାପଟେନ୍ କୁଲ୍ ଧୋନି ଦ୍ୱିତୀୟ ଥର ପାଇଁ ଘରୋଇ ପରିବେଶରେ ଭାରତକୁ ବିଶ୍ୱକପ ଉପହାର ଦେଇଥିଲେ। ଏହାପରେ ବିରାଟ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି। ତେବେ କୋହଲିଙ୍କୁ ଏହି ସ୍ୱପ୍ନ ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

ଆଗାମୀ ୨୦୨୪ କ୍ରିକେଟ୍ ବିଶ୍ୱକପ୍ ଭାରତରେ ଆୟୋଜନ ହେବାକୁ ଯାଉଛି। ଏହି ବିଶ୍ୱକପରେ ଭାରତ ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିବ ବୋଲି କ୍ରିକେଟ ବିଶେଷଜ୍ଞମାନେ କହିସାରିଲେଣି। ତେବେ ସେ ସମୟରେ ଭାରତୀୟ ଦଳର କମାଣ କିଏ ଧରିଥିବ ତାକୁ ନେଇ ଏବେ ବି ବଡ଼ ପ୍ରଶ୍ନ । ଯଦି ଆଗାମୀ ବିଶ୍ୱକପ୍ ବେଳକୁ କୋହଲି ଅଧିନାୟକ ଭାବେ ନଥିବେ ତେବେ କୋହଲି ବିଶ୍ୱକପ୍ ଜିତିବାର ଯେଉଁ ଆଶା ରଖିଛନ୍ତି ତାହା ଆଶାରେ ହିଁ ଶେଷ ହୋଇଯିବ ବୋଲି କୁହାଯାଉଛି।

Comment