ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡିଶା ସେଲ୍‌ସ ରିପ୍ରେଜେଣ୍ଟଟେଟିଭ ୟୁନିୟନର ୧୩ତମ ରାଜ୍ୟ ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନ ଜୟପୁରସ୍ଥିତ ବାବା ସାହେବ କଲ୍ୟାଣ ମଣ୍ଡପଠାରେ ୨ ଦିନ ଧରି ଅନୁଷ୍ଠିତ ହେବ।

ଅଧିବେଶନ ଆରମ୍ଭରୁ ସଭ୍ୟମାନେ ଅଗ୍ରସେନ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବାବା ସାହେବ କଲ୍ୟାଣ ମଣ୍ଡପଠାରେ ପହଞ୍ଚି ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ସମ୍ପାଦକ ଶୁଭଙ୍କର ଦାସ ଏବଂ ଜନାର୍ଦ୍ଧନ ପତି ପୁଷ୍ପମାଲ୍ୟ ଅର୍ପଣ କରି ସଂଗଠନର ପତକା ଉତ୍ତୋଳନ କରିଥିଲେ।

ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ମହାନ୍ତି ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସମୟରେ ଜୟପୁର ଇତିହାସ, ଶ୍ରମିକ ଶ୍ରେଣୀ ଆନ୍ଦୋଳନ ବିଷୟରେ କହିଥିଲେ। ସିଟୁର ରାଜ୍ୟ ସଭାପତି ଜନାର୍ଦ୍ଧନ ପତି ସଭାକୁ ଉଦ୍‌ଘାଟନ କରିଥିଲେ। ସେ ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ସଂଗଠନମାନଙ୍କର ଆସନ୍ତା ୮ ଜାନୁଆରି ଦେଶ ବ୍ୟାପି ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ରାଜ୍ୟ ସ୍ତରୀୟ ଅଧିବେଶନକୁ ଜୟପୁର ୟୁନିଟ ତରଫରୁ ଆୟୋଜନ କରାଯାଇଥିବା ବେଳେ ସଭାପତି ସତିଶ କୁମାର ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମଣ କୁମାର ମିଶ୍ର ଓ ରାଜ୍ୟ ସମ୍ପାଦକ ସଦସ୍ୟ ସତ୍ୟ ନାରାୟଣ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment