ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିଛି କେନ୍ଦ୍ରାପଡ଼ା ମୁସଲମାନ ଓ ଦଳିତ ମହାସଂଘ। ମହାସଂଘର ଏହି ବିରୋଧକୁ ସମର୍ଥନ ଜଣାଇଛି କଂଗ୍ରେସ, ସିପିଆଇ ଓ ସିପିଏମ୍। ସିଏଏ ଓ ଏନଆରସିକୁ ବିରୋଧ କରି ମହାସଂଘର ଡାକରାରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ। ଭାରତ ପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମ ଭିତ୍ତିକ ଆଇନକୁ ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାକୁ ମହାସଂଘର ସଦସ୍ୟମାନେ ଆଜି ଏକ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଆସିଥିଲେ। ଅଧାବାଟରେ ପୋଲିସ ଆସି ଶୋଭାଯାତ୍ରାକୁ ରୋକିଥିଲା।

ଶୋଭାଯାତ୍ରା ଉପରେ ରୋକ ଲଗାଇବାରୁ ବିକ୍ଷୋଭ କାରୀମାନେ ଗୋବରୀ ନଦୀକୂଳର ସ୍ଲଟର ହାଉସ ବିକ୍ଷୋଭ କରିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା ଓ କେନ୍ଦ୍ରାପଡା ଏସ୍ ପି ନିତିଶେଖର ବିକ୍ଷୋଭକାରୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ। ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ରକୁ ଜିଲ୍ଲାପାଳ ସମର୍ଥ ବର୍ମା ଗ୍ରହଣ କରିବା ପରେ ବିକ୍ଷୋଭ ଶାନ୍ତ ପଡ଼ିଛି।

Comment