ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍ଲିଆମେଣ୍ଟରେ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୧ଟି ପାର୍ଲିଆମେଣ୍ଟାରୀ ରିପୋର୍ଟର ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୮ ଜାନୁଆରି ୨୦୨୦।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଷୟରେ ସ୍ନାତକ ପାସ୍‌ କରିଥିବା ଦରକାର। ଏହାସହ ସର୍ଟହାଣ୍ଡରେ ଇଂରାଜୀ କିମ୍ଵା ହିନ୍ଦୀରେ ଗୋଟିଏ ମିନିଟକୁ ୧୬୦ ଶବ୍ଦ ଟାଇପ କରିପାରୁଥିବା ଦରକାର।

ସର୍ବାଧିକ ବୟସ

ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ ଅଧିକ ହୋଇନଥିବ।

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ବ୍ୟକ୍ତିଗତ ସାକ୍ଷାତକାର
  • ସର୍ଟହାଣ୍ଡ ଟେଷ୍ଟ

କେମିତି କରିବେ ଆବେଦନ?

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଓ୍ଵେବସାଇଟ୍‌ http://loksabhaph.nic.in/ କୁ ଯାଇ ଦରଖାସ୍ତ ଫର୍ମ ଡାଉନଲୋର୍ଡ କରିପାରିବେ। ପରେ ଫର୍ମକୁ ଭଲ ଭାବରେ ପୂରଣ କରିବେ। ଫର୍ମରେ ନିଜର ପାସପୋର୍ଟ ସାଇଜ ଫଟୋ ମଧ୍ୟ ଲଗାଇବେ। ଏହାପରେ ଫର୍ମକୁ THE RECRUITMENT BRANCH, LOK SABHA SECRETARIAT, ROOM  NO.521, PARLIAMENT HOUSE ANNEXE, NEW DELHI-110001 କୁ ପୋଷ୍ଟ ମାଧ୍ୟମରେ ପଠାଇବେ।

Comment