ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ସଂସଦର ଅଧିବେଶନ। ଏହି ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବ। ତେବେ ଏଥିରର ସଂସଦ ଅଧିବେଶନରେ କୌଣସି ଛୁଟି ରହିବ ନାହିଁ। ଶନିବାର ଓ ରବିବାର ମଧ୍ୟ ଗୃହର କାର୍ଯ୍ୟ ଜାରିରହିବ।

କରୋନା ମହାମାରୀ ସଙ୍କଟ ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହେଉଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ସାଂସଦ ଓ ତାଙ୍କର କର୍ମଚାରୀମାନଙ୍କୁ କରୋନା ଟେଷ୍ଟ କରାଇବାକୁ ଆଗୁଆ ଗାଇଡଲାଇନ୍ ଜାରି ହୋଇଛି। ଯେଉଁ ସାଂସଦମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଥିବ କେବଳ ସେହିମାନଙ୍କୁ ହିଁ ସଂସଦରେ ପ୍ରବେଶ କରିବାର ଅନୁମତି ମିଳିବ ବୋଲି କୁହାଯାଇଛି।BGUଅନ୍ୟପଟେ ସଂସଦରେ ସାଂସଦମାନେ ପରସ୍ପରଠାରୁ ସାମାଜିକ ଦୂରତା ପାଳି ବସିବେ। ଏଥିସହିତ ସାଂସଦମାନେ କରୋନା ଗାଇଡଲାଇନ୍ ମଧ୍ୟ ପାଳନ କରିବେ ବୋଲି କୁହାଯାଇଛି। ଏଥିରର ଅଧିବେଶନରେ ପ୍ରଶ୍ନକାଳକୁ ହଟାଇ ଦିଆଯାଇଛି। ଯାହାକୁ ନେଇ ବିରୋଧୀମାନେ ବେଶ୍ ନାରାଜ୍ ଥିବା ଦେଖିବାକୁ ମିଳିଛି।

Comment