ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଟାଉନ୍‌ ଉପରେ ୩ଟି ଲଜ୍‌ରେ ଚାଲିଥିଲା ସେକ୍ସ ରାକେଟ। ୩ଟି ଲଜ୍‌ ଉପରେ ପୋଲିସ ଅଚାନକ୍‌ ଚଢ଼ାଉ କରି ୩୦ ଯୁବକ-ଯୁବତୀଙ୍କୁ ଅଟକ ରଖିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍‌ରେ।

କୌଣସି ସୂତ୍ରରୁ ଖବର ପାଇ ବାରିପଦା ସହରର କେନ୍ଦ୍ରସ୍ଥଳ ଗାନ୍ଧୀ ମାର୍କେଟରେ ଥିବା ତିନୋଟି ଲଜ ଉପରେ ବାରିପଦା ଟାଉନ ପୋଲିସ ଚଢାଉ କରିଥିଲା। ୩ଟି ଲଜରୁ ଅଚାନକ ଚଢ଼ାଉ କରାଯାଇ ୩୦ ଜଣଙ୍କୁ ବାରିପଦା ଟାଉନ ଥାନାରେ ଅଟକ ରଖାଯାଇଛି। ଲଜର ମାଲିକ ଏବଂ ପରିଚାଳକମାନଙ୍କୁ ମଧ୍ୟ ଥାନାରେ ଅଟକ ରଖି ତଦନ୍ତ କରୁଛି ବାରିପଦା ଟାଉନ ପୋଲିସ।

Comment