ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିତା ସଂଶୋଧନ ଆଇନ୍‌କୁ ସାରା ଦେଶରେ ବିରୋଧ କରୁଥିବା ବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ମୁହଁ ଖୋଲିଛନ୍ତି। ଦିଲ୍ଲୀ ରାମଲୀଳା ମୈଦାନ୍‌ରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, “ସିଏଏ ଏବଂ ଏନ୍‌ଆର୍‌ସି ଦେଶର ହିନ୍ଦୁ-ମୁସଲମାନଙ୍କ ପାଇଁ ନାହିଁ। ଏହାକୁ ନେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି।”

ଦେଶରେ ଡର ଏବଂ ଅରାଜକତା ଶାସନ ଆଣିବାକୁ ବିରୋଧୀ ପ୍ରୟାସ କରୁଥିବା ବିରୋଧୀ ମୋଦୀ କହିଛନ୍ତି। ମୋଦି କହିଛନ୍ତି, “ନାଗରିକତା ସଂଶୋଧନ ଆଇନ୍‌ ୧୩୦ କୋଟି ଭାରତୀୟଙ୍କ ପାଇଁ ନୁହେଁ। ଏନ୍‌ଆର୍‌ସି ବିରୋଧରେ ମଥ୍ୟା ପ୍ରଚାର କରାଯାଉଛି। ବିଶେଷ କରି ସହରୀ ନକ୍ସଲ ଏବଂ କଂଗ୍ରେସ ମୁସଲମାନମାନେ ଏନେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।”

“ଭାରତୀୟ ମୁସଲମାନଙ୍କ ସହ ଏନ୍‌ଆର୍‌ସି ଏବଂ ସିଏଏର କୌଣସି ସମ୍ପର୍କ ନାହିଁ। ପାକିସ୍ତାନ ଭଳି ମୁସଲମାନ ରାଷ୍ଟ୍ରରୁ ପ୍ରତାଡ଼ିତ ହୋଇଥିବା ହିନ୍ଦୁଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆଇନ୍‌ ହୋଇଛି। ଏହି ଆଇନ୍‌ ବଳରେ ସମଗ୍ର ବିଶ୍ୱ ଆଗରେ ପାକିସ୍ତାନର ମୁଖା ଖୋଲିବାର ସୁଯୋଗ ଥିଲା। ହେଲେ ବିରୋଧୀଙ୍କ ପାଇଁ ଏହା ଆମ ହାତ ମୁଠାରୁ ଚାଲିଯାଇଛି” ମୋଦୀ କହିଛନ୍ତି।

ଦେଶରେ ବିରୋଧ ନାଁରେ ଚାଲିୁଥିବା ହିଂସାକାଣ୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି। ମୋଦୀ କହିଛନ୍ତି, “ଆଇନ୍‌କୁ ବିରୋଧ କରି ଆପଣମାନେ ମୋ କୁଶ ପୁତ୍ତଳିକା ଜାଳିଦେଇପାରିବେ। ହେଲେ ଦେଶର ସମ୍ପତ୍ତିକୁ ଜାଳିବାର କୌଣସି ଆବଶ୍ୟକତା ନାହିଁ।”

ଅନ୍ୟପକ୍ଷରେ ମୋଦୀ ନିଜ ଭାଷଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦୀ କହିଛନ୍ତି, “କାଲି ଯାଏଁ ଦିଦି ବାଂଲାଦେଶ ଅନୁପ୍ରବେଶକାରୀଙ୍କ ବିରୋଧରେ ଥିଲେ। ହେଲେ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଦିଦିଙ୍କ ସ୍ୱର ବଦଳିଯାଇଛି। ଭୋଟ୍‌ ବ୍ୟାଙ୍କ ରାଜନୀତି ପାଇଁ ମିଥ୍ୟା ପ୍ରଚାର କରାଯାଉଛି। ଦେଶ ପାଇଁ ଭୋଟ୍‌ ବ୍ୟାଙ୍କ ରାଜନୀତି ବନ୍ଦ କରାଯାଉ।”

ମୋଦୀ ନିଜ ଭାଷଣରେ ଆହୁରି ମଧ୍ୟ କହିଥିଲେ ଯେ, ସିଏଏ ଭାରତୀୟଙ୍କ ନାଗରିକତାକୁ ଛଡ଼ାଇନେବା ପାଇଁ ହୋଇନି। ଏହା ହେଉଛି ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରର ଅନୁରୂପ। ପାକିସ୍ତାନୀ ହିନ୍ଦୁ ଯେତେବେଳେ ଚାହିଁବେ ଭାରତ ଆସିପାରିବେ ବୋଲି ମହାତ୍ମା ଗାନ୍ଧୀ କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଏହାକୁ ସମର୍ଥନ କରୁଥିଲେ। ହେଲେ ବର୍ତ୍ତମାନ ତାହା ଆମେ କରିବାରୁ ବିରୋଧ କାହିଁକି କରାଯାଉଛି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।

Comment