ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଜାମ୍ମୁ କଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ। ସେ ମୟୂରଭଞ୍ଜ ଜିଲ୍ଲାର ବେତନଟୀଠାରେ ପହଞ୍ଚିଛନ୍ତି। ବେତନଟୀର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଏକ ବାର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଗହଣରେ ତାଙ୍କୁ ମଞ୍ଚ ଉପରକୁ ନିଆଯାଇଥିଲା। ଗିରିଶ ଚନ୍ଦ୍ର ମୁର୍ମୁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ହେଲାପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟି ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ସରଳ ନିରାଡ଼ମ୍ବର ଜୀବନ ଯାପନ କରି କଠିନ ପରିଶ୍ରମ ମାଧ୍ୟମରେ ଆଜି ଏହି ସୋପାନରେ ପହଞ୍ଚିଥିବା କଥା ସେ ସର୍ବ ସମ୍ମୁଖରେ କହିଥିଲେ।

ପରେ ସେ ଏଠାରୁ ବାହାରି ନିଜ ପୈତୃକ ଗାଁ ବୁଲି ନିଜ ସଂପର୍କିୟମାନଙ୍କୁ ଭେଟିଥିଲେ। ଏହାସହ ବାରିପଦାରେ ମଧ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରି ବାଲେଶ୍ୱରଠାରେ ରାତ୍ରୀ ଯାପନ କରି ସୋମବାର ଜାମ୍ମୁ କଶ୍ମୀର ଫେରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Comment