ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳଜାହାଜରେ ବସି ପାଠ ପଢୁଛନ୍ତି ସ୍କୁଲ ପିଲା। ଜଳଜାହାଜରେ ବହି,ଖାତା ଧରି ପାଠ ପଢୁଛନ୍ତି ସ୍କୁଲ ପିଲା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି।

ଏହି ଅଞ୍ଚଳର ଟେମ୍ପରାରି କଲୋନିର ଥିବା ଏକ ସ୍କୁଲରେ ପିଲାମାନେ ଜଳଜାହାଜ ଆକାରରେ ଚିତ୍ର ହୋଇଥିବା କ୍ଲାସରୁମରେ ବସି ପାଠ ପଢୁଛନ୍ତି। ସ୍କୁଲର କାନ୍ଥକୁ ଗୋଟିଏ ଜଳ ଜାହାଜର ରୂପ ଦିଆଯାଇଛି, ଯାହାର ନାଁ ରହିଛି ଗୁରୁପ୍ରିୟା ଜଳଜାହାଜ। ଛୋଟ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଏହାସହ ପିଲମାନେ ଏହାଦ୍ୱାରା ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରିବା ସହ ଶିକ୍ଷା ପ୍ରତି ରୁଚି ରଖିବେ ବୋଲି କୁହାଯାଇଛି।

ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍କୁଲ କାନ୍ଥଗୁଡ଼ିକୁ ଟ୍ରେନ୍, ସଂସଦ ଭବନ, ଉଡ଼ାଜାହାଜ ଆକାରରେ ଚିତ୍ରିତ କରାଯାଇଥିଲା। ଏହାଫଳରେ ଛାତ୍ରଛାତ୍ରୀମାନେ ଏହା ବିଷୟରେ ବିଭିନ୍ନ ଜ୍ଞାନ ଅର୍ଜନ କରିବାରେ ସକ୍ଷମ ହୋଇପାରୁଥିଲେ। ପିଲାମାନେ ଯାହାକୁ ଦିନେ ଘରର ଟିଭି ପରଦାରେ ଦେଖିବାକୁ ପାଉଥିଲେ ତାକୁ ତାଙ୍କ ସ୍କୁଲରେ ଦେଖିବାକୁ ପାଉଛନ୍ତି। ଏଭଳି ନୂତନ ଶୈଳୀରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Comment