ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀରେ ଆରମ୍ଭ ହୋଇଯାଇଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ନୂଆ ରେକର୍ଡର ଅପେକ୍ଷାରେ ରହିଛନ୍ତି। କୁଲଦୀପ ଦିନିକିଆରେ ୧୦୦ ଓ୍ଵିକେଟ ପୂରଣ କରିବାରେ ଆଉ ମାତ୍ର ଗୋଟିଏ ଓ୍ଵିକେଟ ପଛରେ ରହିଛନ୍ତି।

କୁଲଦୀପ ଦିନିକିଆରେ ୫୫ ମ୍ୟାଚ ଖେଳି ୯୯ ଓ୍ଵିକେଟ ନେଇଛନ୍ତି। ଆଜିର ମ୍ୟାଚ ଜରିଆରେ ସେ ଏହି ରେକର୍ଡ ପୂରଣ କରିବେ। ବାରବାଟୀରେ ସେ ନିଜର ୧୦୦ତମ ଓ୍ଵିକେଟ ନେବେ। ଯାହାକି କୁଲଦୀପଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

ବାରବାଟୀରେ ଭାରତ ଟସ୍‌ ଓ୍ଵେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଓ୍ନେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ସାରିଛି। ପ୍ରଥମ ଇଂନିସରେ ହିଁ କୁଲଦୀପଙ୍କ ପାଖରେ ଏହି ରେକର୍ଡ କରିବାର ସୁଯୋଗ ରହିଛି।

କୁଲଦୀପ ଦ୍ଵିତୀୟ ଦିନିକିଆରେ ହାଟ୍ରିକ ଓ୍ଵିକେଟ ହାସଲ କରିଥିଲେ। ଏହାସହ ସେ ଦିନିକିଆରେ ଦ୍ଵିତୀୟଥର ପାଇଁ ହାଟ୍ରିକ ଓ୍ଵିକେଟ ନେଇଛନ୍ତି। ସେହିପରି ଏହି ମ୍ୟାଚରେ ତାଙ୍କ ଉପରେ ନଜର ରହିବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeC

Comment