ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ: କୋରାପୁଟ ଜିଲ୍ଲା କତ୍ରିମାଲିପୁଟ ନିକଟରେ ବିଏସ୍‌ଏଫ୍‌ ଯବାନମାନଙ୍କ ହାତରେ ଧରାପଡ଼ିଛି ଏକ ସ୍କର୍ପିଓ ଗାଡ଼ି। ଗାଡ଼ିରୁ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଟଙ୍କା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଧରି ବିଏସ୍‌ଏଫ୍‌ ପୋଲିସ ଜିମା ଦେଇଛି।

କତ୍ରିମାଲିପୁଟ ନିକଟରେ ସତର୍କତା ଦୃଷ୍ଟିରୁ ନାକାବନ୍ଦୀ ଚାଲିଥିବା ବେଳେ ଏକ ସ୍କର୍ପିଓ ଗାଡ଼ି ଉପରେ ବିଏସ୍‌ଏଫ୍‌ ଯବାନଙ୍କ ସନ୍ଦେହ ହୋଇଥିଲା। ସନ୍ଦେହରେ ଗାଡ଼ିକୁ ଯାଞ୍ଚ୍‌ କରିବା ସମୟରେ ଗାଡ଼ିରୁ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ମିଳିଥିଲା। ତେବେ ସନ୍ତୋଷଜନକ ଉତ୍ତର ନମିଳିବାରୁ ବିଏସ୍‌ଏଫ୍‌ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।

ପୋଲିସ ପଚରାଉଚର କରିବା ପରେ ଗାଡ଼ିଟି ଆନ୍ଧ୍ରପ୍ରଦେଶ ଯାଉଥିବା ସୂଚନା ମିଳିଛି। ଟଙ୍କା ସହିତ ଗାଡ଼ିଟି ଛତିଶଗଡ଼ରୁ ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶର ଗତ୍ରୀମୁଣ୍ଡା ଗାଁକୁ ଯାଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁଇ ଜଣଙ୍କୁ ଅଟକ ରଖି ପୋଲି ତଦନ୍ତ ଜାରି ରଖିଛି।

Comment