ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି କଟକସ୍ଥିତ ନିଶ୍ଚିତକୋଇଲି ବରପଡ଼ା ନିକଟସ୍ଥ ବ୍ରିଜରେ। ଛାତ୍ରୀ ଜଣକ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛ୍ରାତୀଙ୍କୁ ଖୋଜିବାର ପ୍ରୟାସ ଜାରି ରଖିଛି।

ଜଣେ କଲେଜ ଛାତ୍ରୀ ବରପଡ଼ା ନିକଟସ୍ଥ ବ୍ରିଜ ଉପରୁ ହଠାତ ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଏହାକୁ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ହେଲେ ଯୁବତୀ ଜଣକ କିଏ? କାହିଁକି ନଦୀକୁ ଡେଇଁଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଯୁବତୀ ଜଣକ ନିକଟସ୍ଥ କଲେଜର। ସେ ଡେଇଁଲା ବେଳେ କଲେଜ ଡ୍ରେସ ପିନ୍ଧି ଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

Comment