ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକ କାରକୁ ପଛ ପଟୁ ଧକ୍କା ଦେଲା ଅଜଣା ଗାଡ଼ି। ଫଳରେ କାର୍‌ ଭିତରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକ ନିକଟରେ।

କାର୍‌ଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାକୁ ଧକ୍କା ଦେଇଥିଲା। ଫଳରେ କାରଟି ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ କାର ଭିତରେ ଥିବା ଗୋଟିଏ ପରିବାର ଜଣେ ନାବାଳିକା ସମେତ ୫ ଜଣ ଆହତ ହୋଇଛନ୍ତି।

ଆହତମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କରତବସା ଅଞ୍ଚଳର ଗଙ୍ଗାଧର ନାଏକ, ଦୀପକ କୁମାର ନାଏକ, ଚନ୍ଦନ ନାଏକ, ଡଲି ନାଏକ ଏବଂ ଜଣେ ପ୍ରାୟ ୮ ବର୍ଷର ନାବାଳିକା। ଆହତମାନେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି।

Comment