ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ପୋଲିସରେ ହେଡ୍ କନଷ୍ଟେବଲ୍ ପଦବୀ ପାଇଁ ନିଯୁକ୍ତି। ୨୮ ଡିସେମ୍ଵର ୨୦୧୯ରୁ ୨୭ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଦିଲ୍ଲୀ ପୋଲିସରେ ଚାକିରି ସୁଯୋଗ। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୬୪୯ ହେଡ୍ କନଷ୍ଟେବଲ (ଆସିଷ୍ଟାଣ୍ଟ ଓୟାରଲେସ୍ ଅପରେଟର/ ଟେଲି ପ୍ରିଣ୍ଟର ଅପରେଟର) ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ୨୮ ଡିସେମ୍ଵର ୨୦୧୯ରୁ ୨୭ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ଆବେଦନ ତାରିଖ ଧାର୍ଯ୍ୟ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
- ପ୍ରାର୍ଥୀ ଦଶମ କିମ୍ଵା +୨ ପାସ୍ କରିଥିବା ଆବଶ୍ୟକ।
- ମେକାନିକ୍ କମ୍ ଅପରେଟର ଇଲେକ୍ଟ୍ରୋନିକ୍ସ କମ୍ୟୁନିକେସନରେ ନ୍ୟାସନାଲ ଟ୍ରେଡ ସାର୍ଟିଫିକେଟ ଥିବା ଆବଶ୍ୟକ।
- ଏହାସହ ପ୍ରାର୍ଥୀ କମ୍ପ୍ୟୁଟର ଜ୍ଞାନ ରଖିଥିବା ଆବଶ୍ୟକ। କମ୍ପ୍ୟୁଟର ଖୋଲିବା ଓ ବନ୍ଦ କରିବା, ପ୍ରିଣ୍ଟିଙ୍ଗ, ଏମ୍ଏସ୍ ଅଫିସ୍, ପାରାଗ୍ରାଫ ସେଟିଙ୍ଗ ଆଣ୍ଡ ନମ୍ଵରିଙ୍ଗ ଜାଣିଥିବା ଦରକାର।
ବୟସ ସୀମା
- ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଓ ସର୍ବାଧିକ ୨୭ ବର୍ଷ ହୋଇଥିବା ଆବଶ୍ୟକ।
- ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ।
- ଏସ୍ସି ଓ ଏସ୍ଟିଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୨ ବର୍ଷ।
- ବିଧବା କିମ୍ଵା ଛାଡ଼ପତ୍ର ପାଇଥିବା ମହିଳାଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଛି।
ଚୟନ ପ୍ରକ୍ରିୟା
- କମ୍ପ୍ୟୁଟର ପରୀକ୍ଷା
- ଶାରୀରିକ ପରୀକ୍ଷା
- ପିଇ ଓ ଏମ୍ଟି ପରୀକ୍ଷା
- କମ୍ପ୍ୟୁଟରରେ ଟ୍ରେଡ ପରୀକ୍ଷା
ପରୀକ୍ଷା ଫିସ୍
- ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫିସ୍ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
- ଏସ୍ସି, ଏସ୍ଟି/ପିଡବ୍ଲୁଡି/ମହିଳାଙ୍କୁ ଏହି ପରୀକ୍ଷା ଫିସ୍ ଛାଡ଼ କରାଯାଇଛି।
ଦରମା
୨୫,୫୦୦/- ୮୧,୧୦୦/-
ଗୁରୁତ୍ଵପୂର୍ଣ୍ଣ ତାରିଖ
- ଆବେଦନ ଆରମ୍ଭ – ୨୮ ଡିସେମ୍ଵର ୨୦୧୯
- ଆବେଦନ ଶେଷ – ୨୭ ଜାନୁଆରି ୨୦୨୦
କେମିତି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀମାନେ ୨୮ ଡିସେମ୍ଵର ୨୦୧୯ରୁ ଏନେଇ ଆବେଦନ କରିପାରିବେ।
ଅଧିକ ତଥ୍ୟ ପାଇଁ କ୍ଲିକ କରନ୍ତୁ