ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇବ। କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି। ରାଜ୍ୟରେ ଜେଏମ୍‌ଏମ- କଂଗ୍ରେସ, ଆରଜେଡି ମେଣ୍ଟ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।  ମୋଟ୍‌ ୮୧ଟି ଆସନରୁ ବର୍ତ୍ତମାନ ବିଜେପି ୨୬ଟି ଆସନରେ, ଜେଏମଏମ୍‌ + ୪୪, ଜେଭିଏମ୍‌ ୩, ଏଜେଏସ୍‌ୟୁ ୪, ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛି।

ମୋଟ ୮୧ଟି ଆସନ ହୋଇଥିବାରୁ ମ୍ୟାଜିକ ନମ୍ବର ୨୧ ରହୁଛି। ବର୍ତ୍ତମାନ ଚିତ୍ର ଅନୁଯାୟୀ ଜେଏମ୍‌ଏମ- କଂଗ୍ରେସ, ଆରଜେଡି ମହାମେଣ୍ଟ ଝାଡ଼ଖଣ୍ଡରେ ସରକାର ଗଠନ କରିପାରନ୍ତି। ବିଜେପିକୁ ବଡ଼ ଝଟକା ଲାଗିପାରେ।ମହାରାଷ୍ଟ୍ରରେ ସରକାର ଗଠନ ନକରିପାରିବା ପରେ ଝାଡ଼ଖଣ୍ଡରେ ବିଜେପି ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିଲା।

ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଚେଷ୍ଟା ଚଳାଇଥିଲା। ମହାମେଣ୍ଟ ଏବେ ଆଗରେ ଥିବାରୁ ବିଜେପିର ଆଶା ଆଉ ପୂରଣ ହେବା ସମ୍ଭବ ହେଉନାହିଁ। ଏକଜିଟ ପୋଲର ସର୍ଭେ ଅନୁସାରେ ମହାମେଣ୍ଟ ହିଁ ଏଥର ଝାଡ଼ଖଣ୍ଡରେ ସରକାର ଗଢିବ।

ଝାଡ଼ଖଣ୍ଡରେ ୮୧ଟି ଆସନ ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୫ଟି ନିର୍ବାଚନ ହୋଇଥିଲା। ଚଳିତ ନିର୍ବାଚନରେ ମତଦାନ ହାର ୬୫.୧୭ ଥିଲା।

Comment