ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଏଏକୁ ନେଇ ସାରାଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିଲା ବେଳେ କୋଲକାତାରେ ଏହି ଆଇନ ସମର୍ଥନରେ ବିଜେପି ସୋମବାର ରାଲି କରିଛି। ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଏହି ରାଲି ବାହାରିଛି।

ରାଲି ପରେ ଜେପି ନଡ୍ଡା ଏକ ଜନସଭାକୁ ସମ୍ବୋଧିତ କରିବେ। ଏହି ଜନସଭାରେ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ନଡ୍ଡା ଲୋକଙ୍କୁ ସଚେତନ କରାଇବେ। ଗୋଟିଏ ପଟେ ଆଇନକୁ ନେଇ ବିରୋଧ ଚାଲିଥିଲା ବେଳେ ବିଜେପି ଜନ ସଚେତନା ମୂଳକ ଏହି ରାଲି କରିବାକୁ ନିଷ୍ପତ୍ତି ନେଇଛି।

ଏନେଇ ଶନିବାର ଦିଲ୍ଲୀରେ ଏକ ବୈଠକ ବସିଥିଲା। ଦେଶର ବିଭିନ୍ନ ସ୍ଥାନରେ ୧୦୦୦ ରାଲି କରିବାକୁ ଦଳ ନିଷ୍ପତ୍ତି ନେଇଥିଲା। ଏହାବ୍ୟତୀତ ୨୫୦ଟି ସାମ୍ବାଦିକ ସମ୍ମିଳନୀ କରାଯିବ। ଦଳର ମୁଖପାତ୍ର ଏହି ସାମ୍ବାଦିକ ସମ୍ମିଳନୀଙ୍କୁ ସମ୍ବୋଧିତ କରିବେ।

Comment