ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ରେ ୮ଟି ଦଳରେ ପ୍ରଥମ ଥର ଖେଳିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ। ପ୍ରଥମଥର ପାଇଁ ଆଇପିଏଲ ଇତିହାସରେ କୌଣସି ଖେଳାଳି ୮ଟିମ୍‌ରେ ଖେଳି ନାହାନ୍ତି। ୨୦୨୦ ଆଇପିଏଲ୍‌ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ପକ୍ଷରୁ ଫିଞ୍ଚ ଖେଳିବେ।

ଅଷ୍ଟ୍ରେଲିଆର ଏହି ଓପନର ନିଜ ଆଇପିଏଲ୍‌ କ୍ୟାରିୟର ୨୦୧୦ରୁ ରଜସ୍ଥାନ ଦଳରୁ ଆରମ୍ଭ କରିଥିଲେ। ପରେ ୨ଟି ସିଜିନ ସେ ଦିଲ୍ଲୀ ପାଇଁ ଖେଳିଥିଲେ। ଏହାପରେ ତାଙ୍କୁ ପୁଣେ ଓ୍ଵାରିୟର କିଣିଥିଲା। ୨୦୧୪ରେ ହାଇଦ୍ରାବାଦ ଓ ୨୦୧୫ରେ ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ମୈଦାନକୁ ଓହ୍ଲାଇଥିଲେ।

ଏହା ପରବର୍ଷ ୨୦୧୬ରେ ଗୁଜୁରାଟ ଟିମ୍‌ରେ ସେ ନଜର ଆସିଥିଲେ। ଆଇପିଏଲ୍‌ରୁ ଗୁଜୁରାଟ ବାହାରିବା ପରେ ସେ ୨୦୧୭ରେ କୌଣସି ଦଳରେ ସେ ନଥିଲେ। ୨୦୧୮ରେ ତାଙ୍କୁ ପଞ୍ଜାବ ଦଳ କିଣିଥିଲା। ବର୍ତ୍ତମାନ ସେ ୨୦୨୦ ଆଇପିଏଲରେ ବୋଙ୍ଗାଳୁରୁ ଦଳରେ ସେ ନଜର ଆସିବେ।

ଫିଞ୍ଚଙ୍କ ବ୍ୟତୀତ କୌଣସି ଖେଳାଳି ୮ଟି ଦଳରେ ଖେଳିନାହାନ୍ତି। ତାଙ୍କ ପଛକୁ ଯୁବରାଜ ସିଂ ଓ ପାର୍ଥିବ ପଟେଲ ୬ଟି ଦଳରେ ଖେଳି ସାରିଛନ୍ତି।

Comment