ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଛ ବେସର ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଥରେ ଚିକେନ୍ ବେସର କରି ଦେଖନ୍ତୁ। ଖାଇବାକୁ ଯେତିକି ସୁଆଦିଆ, ପ୍ରସ୍ତୁତ କରିବା ବି ସେତିକି ସହଜ।

ସାମଗ୍ରୀ

  • ଚିକେନ୍‌ – ୫୦୦ଗ୍ରାମ୍‌
  • ତେଜପତ୍ର – ୧ଟି
  • ସୋରିଷ – ଅଧ ଚାମଚ
  • ଜିରା – ଅଧ ଚାମଚ
  • କଞ୍ଚା ଲଙ୍କା – ଗୋଟେ
  • ଅଦା ଓ ରସୁଣ ବଟା – ୧ ଚାମଚ
  • ସୋରିଷ ତେଲ – ୨ ଚାମଚ
  • ଟମାଟୋ – ୧ଟି
  • ପିଆଜ – ୧ଟି
  • ଧନିଆ ପତ୍ର
  • ଲଙ୍କାଗୁଣ୍ଡ – ୧ ଚାମଚ
  • ଲୁଣ ସ୍ୱାଦଅନୁସାରେ
  • ବେସର ମସଲା ପାଇଁ ଆବଶ୍ୟକୀୟ ସାମଗ୍ରୀ – ଅଧ ଚାମଚ ଜିରା, ୧ ଚମାଚ ଧନିଆ, ୭ଟି ଗୋଲମରିଚ, ଗୋଟେ କଞ୍ଚା ଲଙ୍କା, ଅଧ ଚାମଚ ସୋରିଷ। ଏହି ସବୁ ସାମଗ୍ରୀକୁ ମିଶାଇ ଗ୍ରାଇଣ୍ଡ କରନ୍ତୁ, ଯେପରି ଏକ ପତଳା ଚିକ୍କଣ ପେଷ୍ଟ ହେବ।

ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାପରେ ଏଥିରେ ସୋରିଷ ତେଲ ଗୋଟେ ଚାମଚ, ୧ ଚାମଚ ଲୁଣ ଓ ହଳଦୀ ମିଶାଇ ଗୋଳାଇ ଦିଅନ୍ତୁ। ଏବେ ଚିକେନ୍‌କୁ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।

ଏବେ ଗ୍ୟାସ୍‌ ଲଗାଇ ପ୍ୟାନ୍‌ ବସାନ୍ତୁ। ଏବେ ଏଥିରେ ଗୋଟେ ଚାମଚ ସୋରିଷ ତେଲ ପକାଇ ଦିଅନ୍ତୁ। ତେଲ ଗରମ ହୋଇଗଲେ ତେଜପତ୍ର, ଜିରା, ଫୁଟଣ ପକାଇ ଫୁଟାଇବା। ଏବେ ଏଥିରେ କଞ୍ଚା ଲଙ୍କାକୁ କାଟି ପକାଇବେ। ଏବେ ଏଥିରେ କଟା ପିଆଜ ପକାଇବା। ପିଆଜରୁ କଞ୍ଚା ବାସ୍ନା ପଳେଇଲେ ଏବେ ଏଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ପକାଇବେ। ଏବେ ଏହି ସମଲାକୁ ଟିକେ ଟିକେ ପାଣି ଦେଇ ଭଲ ଭାବରେ କଷି ଦେବା। ମସଲା କଷି ହୋଇଗଲେ ଏଥିରେ କଟା ଟମାଟୋ ପକାଇ କଷିବା। ଟମାଟୋ ଭଲରେ ମିଶିଗଲେ ସେଥିରେ ଚିକେନ୍‌ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇବେ। ଚିକେନ୍‌କୁ ୧୦ ମିନିଟ୍‌ ଯାଏଁ କଷିବା।

୧୦ ମିନିଟ୍‌ ପରେ ପ୍ରସ୍ତୁତ କରିଥିବା ବେସର ମସଲାକୁ ପକାଇବେ। ଏବେ ଗ୍ୟାସର ଜାଳ କମ୍‌ କରିଦେଇ ପାଣି ମିଶାଇବେ। ଏବେ ମଧ୍ୟମ ଜାଳ ଦେଇ ଚିକେନ୍‌କୁ ଏକ ଢାଙ୍କୁଣିରେ ଘୋଡ଼ାଇ ଦେବେ। ଚିକେନ୍‌ ସିଝିଗଲେ ଏଥିରେ କଟା ଧନିଆ ପତ୍ର ମିଶାଇବେ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ବେସର।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment