ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ସବୁ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ’ ଯୋଜନା ଲାଗୁ ହେବ। ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦିନକୁ ଦିନ କମୁଥିବା ଶିଶୁକନ୍ୟା ହାରକୁ ରୋକିବା। ୨୦୧୫ ଜାନୁଆରି ମାସରେ ଏହି କାର୍ଯ୍ୟକ୍ରମ ୧୬୧ ଜିଲ୍ଲାରେ ଆରମ୍ଭ ହୋଇଥିଲା। କେବଳ ନୟାଗଡ଼ ଜିଲ୍ଲା ଏଥିରେ ସାମିଲ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟା ଅନୁପାତ ଦେଶର ହାରାହାରି ଅନୁପାତ ତୁଳନାରେ ଯଥେଷ୍ଟ କମ – ୧୦୦୦ : ୮୮୫।

ଏହି କାର୍ଯ୍ୟକ୍ରମ ଜରିଆରେ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ବହୁମୁଖୀ ହସ୍ତକ୍ଷେପ ହେବ। ଏଥିରେ ସଚେତନତା ସବୁଠାରୁ ବଡ଼ ପ୍ରଚେଷ୍ଟା। ୨୦ ତାରିଖରେ ସରକାରଙ୍କ ପକ୍ଷରୁ ଏହି ମର୍ମରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ପାଇଁ ୧୦୦% ସହାୟତା ଯୋଗାଇଦେଉଥିବା କାରଣରୁ ସବୁ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଅଲଗା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ କୁହାଯାଇଛି। ‘ବେଟି ବଚାଓ’ କାର୍ଯ୍ୟକ୍ରମ ଲାଗି କେନ୍ଦ୍ର ପ୍ରତିବର୍ଷ ୫୦ ଲକ୍ଷ ଟଙ୍କା ଦେଇଥା’ନ୍ତି।

Comment