ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ଆଇନ୍‌କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହି ଆଇନ୍‌କୁ ବିରୋଧ କରି ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

‘‘ନାଗରିକତା ଆଇନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବ ବିଜେପି। ଦେଶର ୩ କୋଟି ଲୋକଙ୍କ ଘରକୁ ଯିବ ବିଜେପି। କଂଗ୍ରେସ ଏହି ଆଇନ୍‌କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଦେଶରେ ଉତ୍ତେଜନା ସୃଷ୍ଟି କରୁଛି କଂଗ୍ରେସ। କଂଗ୍ରେସ ଅତୀତରେ ଲୋକଙ୍କୁ ଧୋକା ଦେଇଛି’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମୋଦୀ ସରକାର ନାଗରିକତା ସଂଶୋଧନ ଆଇନ୍‌ ଲାଗୁ କରିବା ପରେ ପ୍ରଥମେ ଉତ୍ତର ପୂର୍ବ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା। ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଧିରେ ଧିରେ ଆନ୍ଦୋଳନ ତେଜିଲା। ଏହାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ ମଧ୍ୟ କରିଥିଲେ।

Comment