ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ବାଜପେୟୀଙ୍କ ୯୫ ତମ ଜନ୍ମ ଦିବସ ପାଳନ କରିବା ସହ ‘ଅଟଳ ସମ୍ମାନ -୨୦୧୯’ ପ୍ରଦାନ କରାଯାଇଥିଲା।

ଚଳିତ ବର୍ଷ ବରିଷ୍ଠ ସମାଜସେବୀ ତଥା ସାମାଜିକ ଆନ୍ଦୋଳନର ନେତା ପ୍ରଶାନ୍ତ ସେନାପତିଙ୍କୁ ଚତୁର୍ଥ ‘ଅଟଳ ସମ୍ମାନ’ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ବିଶିଷ୍ଟ ରାଷ୍ଟ୍ରବାଦୀ କବି ବିରଞ୍ଚି ନାରାୟଣ ପଣ୍ଡାଙ୍କୁ ‘ଅଟଳ କବିତା ସମ୍ମାନ’ ରେ ସମ୍ମାନିତ କରାଯାଇଛି।

ସେହିପରି ବିଶିଷ୍ଟ ସମାଜସେବୀ ସୁବୋଧ ମିଶ୍ରଙ୍କୁ ‘ଅଟଳ ସମାଜସେବୀ ସମ୍ମାନ’ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଉପସଭାପତି ରମା ରଂଜନ ବଳିଆରସିଂହ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପଞ୍ଚାନନ ନାୟକ, ସଂଗୀତକାର ମନ୍ମଥ ମିଶ୍ର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment