ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ରେ ବିଦ୍ୟାଳୟଗୁଡ଼ିକ ୩୮ ଦିନ ଗ୍ରୀଷ୍ମ ଛୁଟି ରହିବ। ବର୍ଷ ୨୦୨୦ରେ ମେ’ ୬ରୁ ଜୁନ୍ ୧୮ ଯାଏଁ ଗ୍ରୀଷ୍ମ ଛୁଟି ରହିବ।
ଗ୍ରୀଷ୍ମ ଛୁଟି ବ୍ୟତୀତ ୨୦୨୦ରେ ୯ ଦିନ ପୂଜା ଛୁଟି ରହିବ। ଅକ୍ଟୋବର ୨୨ରୁ ୩୧ ତାରିଖ ଯାଏଁ ପୂଜା ଛୁଟି, ଡିସେମ୍ବର ୨୫ରୁ ୩୧ ଯାଏଁ ବଡ଼ଦିନ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ସବୁ ଛୁଟି ଦିନ ଗୁଡ଼ିକରେ ଗୋଟିଏ ଦିନ ପାଇଁ ଛୁଟି ରହିଛି। ମୋଟ୍ ଉପରେ ୨୦୨୦ରେ ୮୨ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦିନ ସ୍କୁଲ ଛୁଟି ରହିଛି।
ଅନ୍ୟପଟେ ୨୦୨୦ରେ ରାଜ୍ୟରେ ଥିବା ସରକାରୀ, ବେସରକାରୀ, ସ୍ଵୟଂଶାସିତ ଯୁକ୍ତ ୩ କଲେଜ୍ଗୁଡ଼ିକ ପାଇଁ ୭୨ ଦିନ ଛୁଟି ରହିବ।
ମେ’ ୧୧ରୁ ଜୁନ୍ ୬ ପର୍ଯ୍ୟନ୍ତ ୩୨ ଦିନ ଧରି ଗ୍ରୀଷ୍ମ ଛୁଟି ରହିବ। ଏହାସହ ଅକ୍ଟୋବର ୨୨ରୁ ୩୧ ପର୍ଯ୍ୟନ୍ତ ପୂଜା ଛୁଟି ହେବ। ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି। ଡିସେମ୍ବର ଶେଷ ସପ୍ତାହରେ କୌଣସି ବି କଲେଜ ଛୁଟି ରହିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।















