ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିତରକନିକା ଜାତୀୟ ଉଦ୍ୟାନକୁ ଆସିବା ପାଇଁ ଯୋଜନା କରୁଥବା ପର୍ଯ୍ୟଟକ ଜାଣି ରଖନ୍ତୁ, ଆଜିଠୁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ଗଣନା ଯୋଗୁଁ ୯ ଦିନ ଅର୍ଥାତ ଆଜିଠୁ ଜାନୁଆରି ୪ ଯାଏଁ ଭିତରକନିକା ବନ୍ଦ ରହିବ।

କୁମ୍ଭୀର ବିଷାରଦ ଡକ୍ଟର ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ହେବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କୁମ୍ଭୀର ଗଣନାରେ ୧୬ଟି ଟିମ୍‌ ନିୟୋଜିତ ରହିବେ। ପ୍ରତି ଟିମ୍‌ରେ ୪ରୁ ୫ ଜଣ ସଦସ୍ୟ ରହିବେ।

ଯନ୍ତ୍ର ଚାଳିତ ବୋଟ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ନିଷେଧ କରାଯାଇଥାଏ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment