ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ ଲୋକେମାନେ ଏହି ମହାଜାଗତିକ ଦୃଶ୍ୟ ଦେଖୁଛନ୍ତି। ସବୁ ଭାରତୀୟଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୂର୍ଯ୍ୟପରାଗ ଦେଖିବାକୁ ଉତ୍ସାହିତ ଥିଲେ। କିନ୍ତୁ ପାଗ ମେଘୁଆ ଥିବା ଯୋଗୁଁ ସେ ସୂର୍ଯ୍ୟପରାଗ ଦେଖିପାରି ନଥିଲେ। ଏନେଇ ସେ ଏକ ଟୁଇଟ୍‌ କରିଛନ୍ତି।

ସେ ଟୁଇଟ୍‌ରେ ଲେଖିଛନ୍ତି, ‘‘ଭାରତୀୟବାସୀଙ୍କ ଭଳି ମୁଁ ବି ସୂର୍ଯ୍ୟପରାଗ ଦେଖିବାକୁ ଉତ୍ସାହିତ ଥିଲି। ହେଲେ ପାଗ ମେଘୁଆ ଥିବା ଯୋଗୁଁ ମୁଁ ସୂର୍ଯ୍ୟ ଦେଖିପାରି ନଥିଲି। କିନ୍ତୁ ଲାଇଭ୍‌ଷ୍ଟ୍ରିମିଂ ଜରିଆରେ ମୁଁ ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗର ଅଦ୍ଭୁତ ଦୃଶ୍ୟ ଦେଖିଲି।’’

ଆଜି ଦେଶରେ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି। ହେଲେ ଉତ୍ତର ଭାରତରେ ଆଂଶିକ ଭାବେ ଦେଖାଯାଉଥିବା ବେଳେ ଦକ୍ଷିଣ ଭାରତରେ ପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଛି।

 

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment