ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟ ପୂରଣ ପାଇଁ ଅଢ଼େଇ ଲକ୍ଷ୍ୟ ଗାଁ’କୁ ମାଗଣା ଇଣ୍ଟରନେଟ୍ ସେବା ଯୋଗାଇଦିଆଯିବ।

ଏଣିକି ଗାଁ’ରେ ଲୋକମାନେ ମାଗଣାରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଭାରତ ନେଟ୍ ପରିଯୋଜନା ଆଧାରରେ ସରକାର ଦେଶର ଅଢ଼େଇ ଲକ୍ଷ ଗାଁ’କୁ ମାଗଣା ଇଣ୍ଟରନେଟ୍ ଯୋଗାଇବାକୁ ଯାଉଛନ୍ତି।ଗୁରୁବାର ଏନେଇ କେନ୍ଦ୍ରୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବେ ଦେଶର ବିଭିନ୍ନ ଗାଁ’ରେ ଲୋକମାନଙ୍କୁ ମାଗଣା ଇଣ୍ଟରନେଟ୍ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ନେଟ୍ ପରିଯୋଜନା ଆଧାରରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ବର୍ତ୍ତମାନ ଦେଶର ପ୍ରାୟ ୪୮ ହଜାର ଗାଁ’ରେ ଏହି ସୁବିଧା ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି।ଏହାସହ ଆଗକୁ ଏହି ସୁବିଧାକୁ ଅଢ଼େଇ ଲକ୍ଷ ଗାଁ’ରେ ପହଞ୍ଚେଇବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨୦୨୦ ମସିହା ମାର୍ଚ୍ଚ ମାସ ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ଏହାଫଳରେ ଲୋକମାନେ ଗାଁ’ରେ ବିନା କୌଣସି ପଇସାରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ଆଧାରରେ ଏହି ସବୁ କାମ ହାତକୁ ନିଆଯାଉଥିବା କୁହାଯାଇଛି।

Comment