ଓଡ଼ିଶାଲାଇଭ୍ ବ୍ୟୁରୋ

ଏସ୍‌ବିଆଇ ଏଟିଏମ୍‌ କାର୍ଡଧାରୀଙ୍କ ପାଇଁ ଜରୁରୀ ସୂଚନା। ନୂଆବର୍ଷଠାରୁ ବଦଳିଯିବ ଆପଣଙ୍କ ଟଙ୍କା ଉଠାଇବାର ପ୍ରକ୍ରିୟା। କାରଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତା’ର ଏଟିଏମ୍ କାର୍ଡରୁ ଟଙ୍କା ଉଠାଇବାର ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି।

ନୂଆ ବ୍ୟବସ୍ଥା ଅନୁସାରେ, ଏଣିକି ଏସବିଆଇ ଏଟିଏମ୍ କାର୍ଡରେ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଆପଣଙ୍କୁ ମୋବାଇଲ୍ ଓଟିପି ଦେବାକୁ ପଡ଼ିବ। ନଚେତ୍ ଆପଣ ଏଟିଏମରୁ ଟଙ୍କା ଉଠାଇପାରିବେନି।ଆପଣ ଯେତେବେଳେ ଏଟିଏମରେ ନିଜର କାର୍ଡ ଦେଇ ଟଙ୍କା ପାଇଁ ଆବେଦନ କରିବେ। ସେତେବେଳେ ଆପଣଙ୍କ ବ୍ୟାଙ୍କ ସହ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଗୋଟିଏ ଓଟିପି ଆସିବ। ଏହି ଓଟିପିକୁ ଏଟିଏମ ମେସିନରେ ଦେବାକୁ ପଡ଼ିବ। ଏହାପରେ ଯାଇ ଆପଣଙ୍କ ଆକାଉଣ୍ଟରୁ ଆପଣ ଟଙ୍କା ଉଠାଇପାରିବେ। ଯଦି ଆପଣ ଏହି ଓଟିପି କୋର୍ଡ ଦେବେ ନାହିଁ ତେବେ ଆପଣ ଏଟିଏମରୁ ଟଙ୍କା ଉଠାଇପାରିବେନି।ତେବେ ଆପଣ ଯଦି ଏସବିଆଇ ଏଟିଏମ୍ କାର୍ଡରେ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଏହି ଓଟିପି ନମ୍ବର ଦେବାକୁ ପଡ଼ିବ ନାହିଁ। ଏହାସହ ଯଦି ଆପଣ ୧୦ ହଜାରରୁ କମ୍ ଟଙ୍କାର ଉଠାଣ କରିବେ ତେବେ ଆପଣଙ୍କୁ କୌଣସି ଓଟିପି ନମ୍ବର ଦେବାକୁ ପଡ଼ିବ ନାହିଁ। କେବଳ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କାର ଉଠାଣ ସମୟରେ ଏହି ମୋବାଇଲ ଓଟିପିର ଆବଶ୍ୟକତା ପଡ଼ିବ ବୋଲି କୁହାଯାଇଛି। ଏହି ନୂଆ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କର ଟଙ୍କା ଆହୁରି ଅଧିକ ସୁରକ୍ଷିତ ହୋଇ ରହିପାରିବ ବୋଲି କୁହାଯାଇଛି।

Comment