ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାମ କରୁଥିବା ମାଳୀ ଉଦ୍ଧବ ବେହେରାଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୪ ଟିମ୍‌ ଚଢ଼ଉ କରିଛି।

ନୁଦଡିହାସ୍ଥିତ ଉଦ୍ଧବଙ୍କ ଶ୍ୱଶୁର ଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, କପ୍ତିପଦା ବ୍ଲକ ବଡାମପଦା ନିଜଘରେ ଚଢ଼ଉ ହୋଇଛି।

ଉଦଳାରେ ଚାକିରି କରୁଥିବା ବେଳେ ବିଭିନ୍ନ ଦୁର୍ନୀତି ନେଇ ତାଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ:  https://chat.whatsapp.com/IRipWbC83HpD1JetdjgdJX

Comment