ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି ଜୟପୁର ଟାଉନ ଥାନା ପୋଲିସ। ଏଥିରେ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ମୋମିନ ଏସ୍‌କେ। ଅଭିଯୁକ୍ତଙ୍କଠାରୁ ୫ ହଜାର ୫୦୦ ଟଙ୍କା, ୨ଟି ମୋବାଇଲ ଓ ୩୪ କିଲୋ ଗଞ୍ଜେଇ ଜବତ କରାଯାଇଛି।

ଜୟପୁର ଟାଉନରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌ ମାଲକାନଗିରିରୁ ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଯାଉଥିଲା। ଏହି ସମୟରେ ପୋଲିସ ସନ୍ଦେହ କରି ରିଂଗ ରୋଡ ହାତିଶାଳ ନିକଟରେ ଗାଡ଼ିକୁ ଅଟକାଇ ଥିଲା। ଗାଡ଼ିରୁ ୨ଟି ଜରି ବ୍ୟାଗରେ ୩୪ କେଜି ୭ ଶହ ଗ୍ରାମ   ଗଞ୍ଜେଇ ଚାଲାଣ ହେଉଥିଲା।

ପରେ ପୋଲିସ ଗଞ୍ଜେଇ ଜବତ କରିଥିଲା। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାକୁ ଏସଆଇ ସୁନିତା ବେହେରା ତଦନ୍ତ କରୁଥିବା ଜଣାଯାଇଛି।

Comment