ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ମସିହାରେ ରୋହିତ ଶର୍ମାଙ୍କ ଦମଦାର କ୍ରିକେଟ କ୍ୟାରିଅର କେମିତି ରହିଥିଲା? ଜାଣନ୍ତୁ, ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୧୯ର ଏହି ରିପୋର୍ଟରେ।

ନୂଆବର୍ଷରେ ମଜା ସାଉଣ୍ଟିବାକୁ ଆପଣମାନେ ନିଶ୍ଟୟ ପ୍ରସ୍ତୁତ ହେଉଥିବେ। କେବେ, କେଉଁଠି ଓ କେମିତି ନୂଆବର୍ଷ ପାଳନ କରିବେ ତାକୁ ନେଇ ପ୍ଲାନ୍ ପ୍ରସ୍ତୁତ କରୁଥିବେ। ଏହାସହ ପୁରୁଣା ବର୍ଷରେ ଆମେ ସବୁ କ’ଣ କ’ଣ କଲେ ଏବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇସାରିଥିବ।୨୦୧୯ କ୍ରିକେଟ ଇତିହାସର ଶେଷରେ ଆମେ ଯଦି ଭାରତୀୟ କ୍ରିକେଟକୁ ନେଇ ଆଲୋଚନା କରିବା ତେବେ ରୋହିତ ଶର୍ମାଙ୍କ ନାଁ ଏହି ଚର୍ଚ୍ଚାରେ ଆଗରେ ରହିବ। ବର୍ଷ ତମାମ ରୋହିତଙ୍କ ହିଟ୍ ସୋ’ରେ ଦର୍ଶକମାନେ ଛକା ଚୌକାର ବର୍ଷା ଦେଖିବାକୁ ପାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଏହି ଉପ- ଅଧିନାୟକ ନିଜର ଦମଦାର ଇଂନିସ ବଳରେ ଆଜି ଭାରତର ଲୋକପ୍ରିୟ କ୍ରିକେଟର ହୋଇପାରିଛନ୍ତି।୨୦୧୯ରେ ରୋହିତଙ୍କ ପାଇଁ ସବୁଠାରୁ ସଫଳତା ଆଣିଥିଲା ଆଇପିଏଲ୍। ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୧୯ ସଂସ୍କରଣରେ ମୁମ୍ବାଇ ପାଇଁ ପ୍ରତିନିଧିତ୍ୱ କରୁଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା। ଆଇପିଏଲ୍ ଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସକୁ ମାତ୍ର ଗୋଟିଏ ରନରେ ହରାଇ ରୋହିତ ମୁମ୍ବାଇକୁ ଚତୁର୍ଥ ଥର ପାଇଁ ଟାଇଟଲ ଉପହାର ଦେଇଥିଲେ। ଏହାସହ ଆଇପିଏଲ୍ ଇତିହାସର ଜଣେ ସଫଳ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିଥିଲେ ରୋହିତ।ଏହାପରେ ବିଶ୍ୱକପରେ ମଧ୍ୟ ରୋହିତ ନିଜର ଜଲୱା ଜାରି ରଖିଥିଲେ। ବିଶ୍ୱକପରେ ରୋହିତ ଓ ଶିଖରଙ୍କ ଯୋଡ଼ି ବିଶ୍ୱର ସମସ୍ତ ବୋଲରଙ୍କ ଉପରେ ଭାରି ପଡ଼ିଥିଲା। ବିଶେଷ କରି ରୋହିତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଆଗରେ ବୋଲିଂ କରିବାକୁ ବୋଲରମାନେ ଭୟ କରିବା ଆରମ୍ଭ କରିଥିଲେ। ଇଂଲଣ୍ଡ ବିଶ୍ୱକପରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସଫଳ ହେବେ ନାହିଁ ବୋଲି ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଭୁଲ ବୋଲି ପ୍ରମାଣିତ କରିଥିଲେ ରୋହିତ। ବିଶ୍ୱକପରେ ମୋଟ ପାଞ୍ଚଟି ଶତକ ସହ ସେ ୬୪୮ ରନ୍ କରିଥିଲେ। ଇଂଲଣ୍ଡ ବିଶ୍ୱକପରେ ରୋହିତ ସବୁଠାରୁ ଅଧିକ ରନର ଖେଳାଳି ହୋଇପାରିଥିଲେ।ଇଂଲଣ୍ଡ ସହ ସେମିଫାଇନାଲ ମ୍ୟାଚରେ ମଧ୍ୟ ରୋହିତ ନିଜର ହିଟ୍ ସୋ ଜାରି ରଖିଥିଲେ। ଭାରତକୁ ଫାଇନାଲରେ ପହଞ୍ଚାଇବାକୁ ରୋହିତ ଯେଭଳି ପଣ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ବିଶ୍ୱକପ ସେମିଫାଇନାଲରୁ ହିଁ ଭାରତୀୟ ଦଳ ବିଦାୟ ନେଇଥିଲା। ଏହି ସମୟରେ ଡ୍ରେସିଂ ରୁମରେ ବସିଥିବା ରୋହିତଙ୍କ ଛଳ ଛଳ ଆଖି ଫ୍ୟାନମାନଙ୍କୁ ମଧ୍ୟ ଦୁଃଖ ଦେଇଥିଲା।ଏହାପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ସହ ସିରିଜ୍ ଖେଳିଛି। ଏହି ସିରିଜରେ ଭାରତୀୟ ଟେଷ୍ଟ୍ ଟିମ୍ ତାର ନୂଆ ଟେଷ୍ଟ ଓପନର ମଧ୍ୟ ଖୋଜି ପାଇଛି। ପୂର୍ବରୁ କେବଳ ସୀମିତ ଓଭର ମ୍ୟାଚରେ ଓପନିଂ କରୁଥିବା ରୋହିତ ଏବେ ଟେଷ୍ଟରେ ମଧ୍ୟ ଓପନିଂ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି ଏହି ସ୍ଥାନରେ ସେ ସଫଳ ମଧ୍ୟ ହୋଇଛନ୍ତି।ନିଜର ଦମଦାର ଇଂନିସରେ ବଳରେ ରୋହିତ ୨୦୧୯ ବର୍ଷରେ ଦିନିକିଆରେ ସବୁଠୁ ଅଧିକ ରନ୍ କରିଥିବା ଖେଳାଳି ହୋଇପାରିଛନ୍ତି। ସେ ଚଳିତ ବର୍ଷ ଦିନିକିଆରେ ମୋଟ୍ ୧୪୯୦ରନ୍ ସଂଗ୍ରହ କରିଥିଲେ। ଏହଦ୍ୱାରା ସେ ତାଙ୍କ ସାଥୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଦେଇଛନ୍ତି।

Comment