ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତରେ ଥରୁଛି ସାରା ରାଜ୍ୟ। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୧୦ ଡିଗ୍ରୀ ତଳେ ୧୬ଟି ସହରର ତାପମାତ୍ରା ରହିଛି। ଥଣ୍ଡାର ପ୍ରକୋପ ଆହୁରି ୪୮ ଘଣ୍ଟା ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଲଗାତାର ୩ ଦିନ ପାଇଁ ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରି ରେକର୍ଡ କରାଯାଇଛି। ଅନୁଗୁଳରେ ୫.୬ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଫୁଲପାଣୀରେ ୬.୩ ଡିଗ୍ରୀ ତାପମାତ୍ରା ରହିଛି।

ଟିଟିଲାଗଡ଼ ୬.୫, ଦାରିଙ୍ଗିବାଡ଼ି ୭, କେନ୍ଦୁଝର ୮.୪, ବଲାଙ୍ଗିର ୮.୫, ସୁନ୍ଦରଗଡ଼ ୮.୫ ଡିଗ୍ରୀ, ସମ୍ବଲପୁର ୮.୭, ଝାରସୁଗୁଡ଼ା ୮.୯, ଭବାନୀପାଟଣା ୯ ଡିଗ୍ରୀ, କୋରାପୁଟ ୯.୨, ବାରିପଦା ୯.୪, ତାଳଚେର ୯.୪, କଟକ ୯.୫, ଭୁବନେଶ୍ୱରର ତାପମାତ୍ରା ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପଟେ ପାଣିପାଗ ବିଭାଗର କହିବାନୁଯାୟୀ, ଜାନୁଆରି ୧ ଓ ୨ରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସାମାନ୍ୟ ବର୍ଷା ହୋଇପାରେ।

Comment