ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ସପ୍ତାହେ ଧରି ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୧୪ଟି ସହର ୧୦ ଡିଗ୍ରୀ ତଳେ ରହିଛି। ସର୍ବନିମ୍ନ ୫ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।

ସେହିପରି ସୋନପୁର ୫.୬ ଡିଗ୍ରୀ, ଦାରିଙ୍ଗବାଡ଼ି ୬ ଡିଗ୍ରୀ, କେନ୍ଦୁଝର ୬.୨ ଡିଗ୍ରୀ, ଫୁଲବାଣୀ ୬.୫ ଡିଗ୍ରୀ , ଟିଟିଲାଗଡ଼ରେ ୮ ଡିଗ୍ରୀ, ତାଳଚେରରେ ୮.୬ ଡିଗ୍ରୀ, ସମ୍ବଲପୁରରେ ୮.୬ ଡିଗ୍ରୀ, ସୁନ୍ଦରଗଡରେ ୯ଡିଗ୍ରୀ ଓ ହୀରାକୁଦରେ ୯.୬ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ୯.୮ ଡିଗ୍ରୀ ତାପମାତ୍ରା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଏଥିସହ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

Comment