ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ୬ ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଜାନୁଆରି ୫ ତାରିଖ ଯାଏଁ ସେ ରିମାଣ୍ଡରେ ରହିବେ। ଜାମିନ ନାମଞ୍ଜୁର ପରେ ତାଙ୍କୁ ରିମାଣ୍ଡରେ ପଠାଯାଇଛି।

ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ରାଜ୍ୟ କୃଷି ଓ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ। ଏନେଇ ତାଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।

୨୦୦୯ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବିଜୟ କେତନ। ଗତ କିଛି ଦିନ ଧରି ‘ମୋ ସରକାର’ ଆଧାରରେ ଲୋକଙ୍କ ପାଖରୁ ଆସିଥିବା ମତାମତ ଅନୁସାରେ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା। ସୋମବାର ବିଜୟ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଘଟଣାସ୍ଥଳରେ ଗିରଫ କରିଛି। ଗିରଫ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଥିଲେ ରାଜ୍ୟ ସରକାର।

Comment