ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ନୂଆବର୍ଷକୁ ପାଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ କାରଣରୁ ନବୀନ ଏଥର ନୂଆବର୍ଷକୁ ପାଳନ କରିବାକୁ ମନା କରିଦେଇଛନ୍ତି।

ଏହାସହ ନବୀନ ତାଙ୍କର ଶୁଭେଚ୍ଛୁମାନଙ୍କୁ କହିଛନ୍ତି ଯେ, ସେମାନେ ଏଥର ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ଆସନ୍ତୁ ନାହିଁ। ବ୍ୟକ୍ତିଗତ ଭାବେ ସେ ତାଙ୍କର ଭିଣୋଇଙ୍କ ମୃତ୍ୟୁରେ ଶୋକ ପାଳନ କରୁଛନ୍ତି।

ମଙ୍ଗଳବାର ନବୀନଙ୍କ ଭିଣୋଇ ସୋନୀ ମେହେଟ୍ଟାଙ୍କ ପରଲୋକ ଘଟିଥିଲା। ଏନେଇ ନବୀନ ଟୁଇଟ୍ କରି ନିଜର ଶୋକ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here