ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ସଦର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ମଙ୍ଗଳବାର ଜୟପୁର ଡିମଳା ଛକ ନିକଟରେ ଏକ କାର୍‌ରୁ ୮୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ଘଟଣାରେ ଜଣେ ମହିଳାଙ୍କ ସହ ୪ ଯୁବକ ଗିରଫ ହୋଇଛନ୍ତି। ଏଥିସହ ୩ଟି ମୋବାଇଲ, ଏଟିଏମ କାର୍ଡ, ୫ ଶହ ଟଙ୍କା ଅନ୍ୟ କାଗଜପତ୍ର ଜବତ ହୋଇଛି।

ଏହି ଗଞ୍ଜେଇ ଆନ୍ଧ୍ର ପ୍ରଦେଶରରୁ ବିହାର ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି।

ସେମାନେ ସମସ୍ତେ ବିହାରର ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ସଦର ଥାନା ଅଧିକାରୀ ଶିବ ଶଙ୍କର ସାହୁ ସୂଚନା ଦେଇଛନ୍ତି।

Comment