ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ପହିଲାରୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ‘ମୋ ସରକାର’ ଅଧୀନକୁ ଯିବ। ଏନେଇ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ପ୍ରଦୀପ ଜେନା କହିଛନ୍ତି ଯେ, ଫେବ୍ରୁଆରି ୧ ତାରିଖରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ‘ମୋ ସରକାର’ ଅଧୀନରେ କାର୍ଯ୍ୟ କରିବ। ଯେଉଁ ଗାଁ’କୁ ରାସ୍ତା ନଥିବ ସେଠାକୁ ରାସ୍ତା ନିର୍ମାଣ କରାଯିବ। ଏହାସହ କିଛି ରୋଡର ପ୍ଲାନର ସଂଶୋଧନ କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି।

ସେହିପରି ବର୍ତ୍ତମାନ ରାଜ୍ୟରେ ୪୩୦୦ ଗାଁ’କୁ ରାସ୍ତା ନାହିଁ। ତେଣୁ ଏହି ସବୁ ଗାଁ’କୁ ରାସ୍ତା ସଂଯୋଗକରଣ ନେଇ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି।

Comment