ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକ ବନ୍ଦ ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଅଞ୍ଚଳରେ। ଯୁବତୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରୀ ବୋଲି ଜଣାପଡ଼ିଛି। ପୁରୁଷ ବନ୍ଧୁ ସହ ଝଗଡ଼ା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଯୁବତୀ ଜଣକ ଇନଫୋସିଟି ଅଞ୍ଚଳରେ ଭଡ଼ା ରହୁଥିଲେ। ସେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। ଆଜି ଫୋନ୍‌ ନ ଉଠାଇବାରୁ ପୁରୁଷ ବନ୍ଧୁ ଜଣକ ଘର ସାମ୍ନାରେ ହଙ୍ଗାମା କରିଥିଲେ। ହଙ୍ଗାମା ପରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହାସହ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

Comment