ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜ ପରିସରରେ ମୁମ୍ବାଇ ଡବାବାଲା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସୁନୀଲ ସିନ୍ଧେଙ୍କ ପ୍ରତିନିଧିତ୍ୱରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବା ଏହି ଟିମ୍‌କୁ ଇମ୍ପେରିଆଲ କଲେଜ ପରିସରରେ ମୁମ୍ବାଇ ଢାଞ୍ଚାରେ ସୁସଜ୍ଜିତ କରାଯାଇ ଛାତ୍ରଛାତ୍ରୀମାନେ ନିଜକୁ ମରାଠି ପୋଷାକ ଏବଂ ଟୋପି ପିନ୍ଧି ସ୍ୱାଗତ କରିଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ୍‌ବିଏ ବିଭାଗୀୟ ମୁଖ୍ୟ ଡକ୍ଟର ଡି କେ ମହାଳିକ ଡବାବାଲା ଟିମ୍‌କୁ ସମ୍ବର୍ଦ୍ଧନା କରିଥିଲେ। ଏହି ପରିପ୍ରେକ୍ଷୀରେ ଇମ୍ପେରିଆଲ କଲେଜ ନିଲାମରେ ଜିତିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଢ଼ୌକନ ସେମାନଙ୍କୁ ପ୍ରଦାନ କରାଯାଇଥିଲା।

ଏହି ଟିମ୍‌ର ସଦସ୍ୟମାନେ ଅନୁଷ୍ଠାନ ସମ୍ପର୍କରେ ଦର୍ଶକମାନଙ୍କୁ ଅବଗତ କରିଥିଲେ। ଶେଷରେ ମୁମ୍ବାଇ ଡବାବାଲା ଟିମ୍‌କୁ କଲେଜ ପକ୍ଷରୁ ଶ୍ରୁତିଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡବାବାଲା ଟିମ୍‌କୁ ମନୋରଞ୍ଜନ ସାହୁ ଏବଂ ଜୟପ୍ରକାଶ ଶତପଥୀ ସମ୍ବର୍ଦ୍ଧିତ କରିଥିଲେ। ପରେ ମୁମ୍ବାଇ ପ୍ରସିଦ୍ଧ କଟିଙ୍ଗ ଚା’ ଏବଂ ବଡ଼ପାୱ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ଏଥିରୁ ମିଳିଥିବା ଅର୍ଥ ରାଶି ସାମାଜିକ କଲ୍ୟାଣ ପାଇଁ ବିନିଯୋଗ କରାଯିବ ବୋଲି କଲେଜ ଅଧ୍ୟକ୍ଷ ଦୀପକ ଗୋୟଲ ସୂଚନା ଦେଇଛନ୍ତି।

Comment