ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନଦୀ ପୋଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଏହି ଘଟଣାଟି ବାରିପଦା ସହରର ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଦେଖିବାକୁ ମିଳିଛି। ଏହି ମୃତ ବ୍ୟକ୍ତିଙ୍କ ବୟସ ଆନୁମାନିକ ୫୦ ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ବ୍ୟକ୍ତି ଜଣକ ନଦୀ ପୋଲ ବାଡାରେ ଏକ ରସି ବାନ୍ଧି ପୋଲ ତଳକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି।  ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ମୃତଶରୀରକୁ ଜବତ କରିଛି। ଘଟଣାର ଅଧିକ ତଦନ୍ତ ଆରମ୍ଭ କରିବା ସହ ବ୍ୟକ୍ତିଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି ପୋଲିସ।

Comment