ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୃଶଂସ ସ୍ଵାମୀର ଅଭାବନୀୟ କାଣ୍ଡ। ମାତ୍ର ୩୦୦ ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ। ହତ୍ୟା ପରେ ମୃତଦେହକୁ ଲୁଚାଇବା ପାଇଁ ମାଶାଣିକୁ ନେଇ ପୋତି ଦେଇଥିଲା ସ୍ଵାମୀ।

ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାରେ ସ୍ୱାମୀ ରମେଶ ପରଜା ଓ ସ୍ତ୍ରୀ ଡମୁଣି ପରଜା ରହୁଥିଲେ। ଦୁହେଁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ସ୍ୱାମୀ ରମେଶ ସ୍ତ୍ରୀ ଡମୁଣିକୁ ୩ ଶହ ଟଙ୍କା ଦେଇଥିଲା। ହେଲେ ଡମୁଣିର ଏତିକି ଭୁଲ ଥିଲା ଯେ ସେହି ୩ ଶହ ଟଙ୍କାରେ ସେ ଘର ଜିନିଷ କିଣି ଦେଇଥିଲା।

୨ ତାରିଖ ଗୁରୁବାର ରାତିରେ ରମେଶ ମଦ ପିଇ ଆସି ଡମୁଣିକୁ ୩ ଶହ ଟଙ୍କା ମାଗିଥିଲା। କିନ୍ତୁ ଡମୁଣି ସେହି ୩ ଶହ ଟଙ୍କାରେ ଘର ଜିନିଷ କିଣି ଦେଇଥିବା କହିଥିଲା। ଏହାପରେ ରମେଶ ତାକୁ ପ୍ରବଳ ମାଡ଼ ମାରିଥିଲା। ଫଳରେ ଡମୁଣିର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପରେ ରମେଶ ତା’ର କିଛି ବନ୍ଧୁଙ୍କ ସହ ମିଶି ମଶାଣିରେ ମୃତଦେହକୁ ନେଇ ପୋତି ଦେଇଥିଲା।

ଏହି ଖବର ପାଇ ମୃତକଙ୍କ ଭାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ  ପାଇ ପୋଲିସ ଦଫା ୩୦୨, ୨୮୧ ମାମଲା ୩ /୨୦ରେ ମାମଲା ରୁଜୁ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ଶିବ ଶଙ୍କର ସାହୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ମାଟିତଳୁ ଉଦ୍ଧାର କରାଯାଇଥିଲା।

Comment