ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଳାଶୟରେ ବିଦେଶୀ ପକ୍ଷୀମାନଙ୍କର ଆସର ଜମିଛି। ଏହି ପକ୍ଷୀଙ୍କ କଳରବରେ ଜୟପୁର ମୁଖରିତ ହୋଇପଡିଛି। ଏହି ପକ୍ଷୀଗୁଡିକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି।

ଏବେ ଜୟପୁର ବନାଞ୍ଚଳ ଅଧୀନରେ କୋଟପାଡ, ବୈପାରିଗୁଡା, କୁନ୍ଦୁରା, ଜୟପୁର ଓ ଗୁପ୍ତେଶ୍ୱର ଭଳି ୫ ଗୋଟି ରେଞ୍ଜ ରହଛି। କୋଟପାଡ଼ ରେଞ୍ଜ ଅଧୀନରେ ଦମୟନ୍ତି ସାଗର, ଘୁମରମୁଣ୍ଡା ରିଜର୍ଭ ଜଳାଶୟ ଥିବା ବେଳେ ବୈପାରିଗୁଡା ରେଞ୍ଜ ଅଧିନରେ ଘସରଡ଼ା, ନୂଆ ଘସରଡ଼ା, ଦିଗାପୁର ଗୀଉରୀଲାଟ ଝଡଙ୍ଗାଘାଟ, ଆଦୁନାଗୁଡା ଘାଟ, କୋଟା ଆଦି ଜଳାଶୟ ରହିଛି।

କୁନ୍ଦୁରା ରେଞ୍ଜ ଅଧିନରେ ଘଡନଗୁଡା ବାଗଦେରି ଜଳାଶୟ ରହିଥିବା ବେଳେ  ଜୟପୁର ରେଞ୍ଚ ଅଧୀନରେ ଐତିହାସିକ ଜଗନ୍ନାଥ ସାଗର, କୋଲାବ ଜଳ ଭଣ୍ଡାରର ପିଛଲକୋଟା ସଂରକ୍ଷିତ ଅଞ୍ଚଳସ, ସତୀନଦୀ ରିଜର୍ଭ ରହିଛି। ଗୁପ୍ତେଶ୍ୱର ରେଞ୍ଜ ଅଧିନରେ ମୁଦ୍ରାଚୁଆଁ, ଚଢେଇପାଣି, ଭାଲୁ ଝୋଲା, ବଦଳି ବେଡା, ରାମଗିରି ପଖୋରି, ଦିଶାରିଗୁଡା ପୁରୁଡା ବେଡା ଜଳାଶୟରେ ହଗ୍ଦ ପକ୍ଷୀ ଗଣନା କରାଯାଇଛି।

ଏହି ଜଳାଶୟଗୁଡ଼ିକରେ ଏବେ ପକ୍ଷୀ ଗଣନା କାମ ଚାଲିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟପୁର ବନଖଣ୍ଡରେ ପକ୍ଷୀ ଗଣନା କରାଯାଇଥିବା ବେଳେ  ୮୦ରୁ ଅଧିକ ବନ କର୍ମଚାରୀ ପକ୍ଷୀ ଗଣନାରେ ସାମିଲ ହୋଇଥିବା  ବନଖଣ୍ଡ ଅଧିକାରି ଅଶ୍ୱିନ କୁମାର କର ପ୍ରକାଶ କରିଛନ୍ତି।

Comment