ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଜାନୁଆରି ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥିସହିତ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି।

ଜାନୁଆରି ୩୧ ତାରିଖରୁ ହିଁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହାର ପ୍ରଥମ ଦିନ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନରେ ନିଜର ବକ୍ତବ୍ୟ ରଖିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି।ଏହି ବଜେଟ୍ ଅଧିବେଶନର ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ଏନଆରସି ପ୍ରସଙ୍ଗକୁ ଉଠାଇବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ଏନେଇ ସରକାରଙ୍କ ତରଫରୁ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା କରାଯାଇନାହିଁ। ସଂସଦୀୟ ବ୍ୟାପାର କମିଟିର ନିଷ୍ପତ୍ତି ପରେ ଏନେଇ ଚୂଡ଼ାନ୍ତ ଦିନ ଧାର୍ଯ୍ୟ ଘୋଷଣା କରାଯିବ ବୋଲି କୁହାଯାଇଛି।

Comment