ଓଡ଼ିଶାଲାଇଭ୍‌ ବ୍ୟୁରୋ

Jeypore Odisha

ପିକ୍‌ନିକ୍‌ରେ ସେଲ୍‌ଫି ହେଲା କାଳ। ପାଣିରେ ବୁଡ଼ି ୧୬ ବର୍ଷୀୟ କଲେଜ ଛାତ୍ରଙ୍କ ମୃତ୍ୟୁ।

ପୁଣି ସେଲ୍‌ଫି ନେଲା ଜୀବନ। ଜୟପୁରସ୍ଥିତ ଏସ୍‌ ୱାଟରଫଲ୍‌କୁ ପିକ୍‌ନିକ୍‌ରେ ଆସିଥିବା ଜଣେ କଲେଜ୍‌ ଛାତ୍ର ନଦୀରେ ଭାସି ଯାଇ ପ୍ରାଣ ହରାଇଛନ୍ତି। ୱାଟର ଫଲ୍‌ ପାଖରେ ସେଲ୍‌ଫି ନେଉଥିବା ବେଳେ ଗୋଡ଼ ଖସିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ମୃତ କଲେଜ୍‌ ଛାତ୍ରଜଣକ ହେଲେ ଜୟପୁର ନୂଆସାହି ପାର୍କ ଲାଇନ୍‌ର ବାସିନ୍ଦା ଭଗବାନ ସାହୁଙ୍କ ୧୬ ବର୍ଷୀୟ ପୁଅ ସୁଶାନ୍ତ ସାହୁ। ସୁଶାନ୍ତ ବୋରିଗୁମ୍ମା କଲେଜରେ ପାଠ ପଢ଼ୁଥିବା ଜଣାପଡିଛି।

ରବିବାର ନିଜ ସାଙ୍ଗମାନଙ୍କ ସହ ସୁଶାନ୍ତ ଏସ୍‌ ୱାଟର ଫଲ୍‌କୁ ପିକ୍‌ନିକ୍‌ କରିବା ପାଇଁ ଆସିଥିଲେ। ସାଙ୍ଗମାନଙ୍କ ସହ ମଉଜ କରିବା ସହ ସେଲ୍‌ଫି ନେଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ପ୍ରଖର ନଦୀ ସୁଅରେ ସୁଶାନ୍ତ ଭାସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଏବଂ ଜୟପୁର ସଦର ପୋଲିସ ପହଞ୍ଚି ସୁଶାନ୍ତଙ୍କ ଶବ ଉଦ୍ଧାର କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment