ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇରାନ୍‌ର ୫୨ଟି ସ୍ଥାନ ଆମେରିକାର ଟାର୍ଗେଟ୍‌ରେ।

“ଯଦି ଇରାନ୍‌ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ଚିନ୍ତା କରେ ତେବେ ଆମେ ଇରାନ୍‌କୁ ବରବାଦ୍‌ କରିଦେବୁ। ଇରାନ୍‌ର ୫୨ଟି ସ୍ଥାନ ଆମ ଟାର୍ଗେଟ୍‌ରେ ରହିଛି” ଏହି ଚେତାବନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌କୁ ଦେଇଛନ୍ତି।

ଗତକାଲି ରାତିରେ ଇରାକ୍‌ରେ ଅବସ୍ଥିତ ଆମେରିକା ଦୂତାବାସ ଉପରେ ଇରାନ୍‌ ବମ୍‌ ବର୍ଷା କରିଛି। ଏହି ଆକ୍ରମଣରେ କୌଣସି ଜୀବନ ଯାଇନଥିବା ସୂଚନା ମିଳିଛି। ଇରାନ୍‌ ଯଦି ଭୁଲ୍‌ରେ ବି ଆମେରିକା ଉପରେ ଆକ୍ରମଣ କରେ ତେବେ ଆମେରିକା ଇରାନ୍‌କୁ ଧ୍ୱଂସ କରିଦେବ ବୋଲି ଟମ୍ପ ଚେତାବନୀ ଦେଇଛନ୍ତି।

ଟ୍ରମ୍ପ ଟୁଇଟ୍‌ କରି କହିଛନ୍ତି, “ଆମେରିକାର ଅନ୍ୟ ସ୍ଥାନଗୁଡ଼ିକରେ ଆକ୍ରମଣ କରଇବା ପାଇଁ ଇରାନ୍‌ ପ୍ରସ୍ତୁତ ହେଉଛି। ହେଲେ ଇରାନ୍‌ ଭୁଲି ନଯାଉ କି, ତା’ର ୫୨ ସ୍ଥାନ ଆମ ଟାର୍ଗେଟ୍‌ରେ ରହିଛି। କିଛି ବି ଭୁଲ ପଦକ୍ଷେପ ତାଙ୍କୁ ମହଙ୍ଗା ପଡ଼ିବ। ଆମେ ଇରାନ୍‌କୁ ବରବାଦ୍‌ କରିଦେବୁ।”

ନିକଟରେ ଆମେରିକା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଇରାନ୍‌ର ଦ୍ୱିତୀୟ କ୍ଷମତାଶୀଳ ବ୍ୟକ୍ତି ଜେନେରାଲ କସିନ ସୁଲେମାନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାପରେ ଇରାନ୍‌ ଆମେରିକା ଉପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ଗତକାଲି ରାତିରେ ଇରାକ୍‌ରେ ଅବସ୍ଥିତ ଆମେରିକା ଦୂତାବାସ ଉପରେ ଇରାନ୍‌ ବମ୍‌ ବର୍ଷା କରିଛି। ତେବେ ଭୁଲ୍‌ରେ ନକରିବାକୁ ଡୋନାଲ୍ଡ ଟ୍ରମ୍ପ ଇରାନ୍‌କୁ ଚେତାବନୀ ଦେଇଛନ୍ତି।

Comment