ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଣ୍ଟ ହାଉସ ଷ୍ଟୋର ରୁମ୍‌ରେ ଲାଗିଗଲା ନିଆଁ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ପୁରୀଘାଟ ଥାନା ଅଞ୍ଚଳରେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲିଗାବାର କାରଣ ଅସ୍ପଷ୍ଟ ରହିଛି।

ପୁରୀଘାଟ ଥାନା ଅଞ୍ଚଳରେ ଥିବା ଏକ ଟେଣ୍ଟ ହାଉସ ଷ୍ଟୋର ରୁମ୍‌ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲାଗିବା ଫଳରେ ଟେଣ୍ଟ ହାଉସର ବ୍ୟାପକ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନାହିଁ।

Comment