ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ରବିବାରଠୁ ପାଗରେ ପରିବର୍ତ୍ତନ ହୋଇଛି। ଅଦିନିଆ ବର୍ଷା ଛାଡ଼ିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବର୍ଷା ସିନା ଛାଡ଼ିଯାଇଛି ହେଲେ ଆଜିଠୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ରୁ ୫ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୪ ଡିଗ୍ରୀ ପାରଦ ଖସିଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୧୦ ଡ଼ିଗ୍ରୀ ତଳକୁ ଖସିବା ସମ୍ଭାବାନା ରହିଛି। ଏଥିସହ ଫୁଲବାଣୀ, ଦାରିଙ୍ଗବାଡି, ସେ।ନପୁର ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଛି।

କଟକ ଖେ।ର୍ଦ୍ଧା, ଅନୁଗଳ, ବାଲେଶ୍ୱର ଓ ସେ।ନପୁର ଜିଲ୍ଳାରେ ଘନ କୁହୁଡ଼ି ଦେଖାଯିବ। ସକାଳ ସମୟରେ କୁହୁଡ଼ି ପାଇଁ ଗାଡ଼ି ଚାଳକଙ୍କୁ ସାବଧାନତା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ।

Comment