ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚଞ୍ଚଡାପଦର ଗ୍ରାମର ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ଭାଲୁ କାମୁଡ଼ାରେ ମୃତ୍ୟୁ ହୋଇଛି। ଚଞ୍ଚଡାପଦର ଗ୍ରାମର ଲବ ମୁଦୁଲି ଗ୍ରାମ ନିକଟସ୍ଥ ଜଙ୍ଗଲକୁ କାଠ ପାଇଁ ଯାଇଥିଲେ। ହେଲେ ସନ୍ଧ୍ୟା ୫ଟା ସମୟରେ ଜଙ୍ଗଲରୁ ଫେରିବା ବେଳେ ଭାଲୁ ଲବଙ୍କୁ ଆକ୍ରମଣ କରିଥିଲା।

ଫଳରେ ଲବ ପାଟି କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଭାଲୁଟି ଲବଙ୍କ ଗୋଟିଏ ଆଖି ଏବଂ ବେକରେ କାମୁଡି ରକ୍ତାକ୍ତ କରିଦେଇଥିଲା। ତାଙ୍କୁ ସେଠାରୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ପହଞ୍ଚି ସରକାରୀ ସ୍ତରରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କହିଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment