ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍ ଭେଙ୍କଟ ରାଓ ସୋମବାରଠୁ ନିଖୋଜ ଅଛନ୍ତି।  ସୋମବାର ଅଫିସ୍ କାମ ପାଇଁ ସେ ଘରୁ ଯାଇଥିଲେ।

ସାଙ୍ଗରେ ଜଳଯୋଗାଣ ବିଭାଗର ଏସ୍‌ଡିଓ ଓ ଠିକାଦାର ମଧ୍ୟ ଥିଲେ। କିଛି ପ୍ରକଳ୍ପ ଦେଖିବା ପାଇଁ ସେ ହରଡ଼ାପୁଟକୁ ଗାଡ଼ିରେ ଯାଇଥିଲେ। ସେଠାରେ ଜେଇ ନିଖୋଜ ହୋଇଯାଇଥିଲେ।

ଅନ୍ୟପଟେ ଘଟଣା ର ୨୪ ଘଣ୍ଟା ପରେ ବି ରାଓ ଙ୍କ କୌଣସି ଖୋଜ ଖବର ମିଳୁନଥିବା ସହ ତାଙ୍କ ଫୋନ ମଧ୍ୟ ଲାଗୁନି ଯାହାକୁ ନେଇ ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝି ଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ତାଙ୍କ ସ୍ତ୍ରୀ। ପୁଲିସ୍‌  ଘଟଣାର ତଦନ୍ତ ଜାରି ରଖିଛି।

Comment