ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମିଣ୍ଟୁ ତରେଇ ନାମକ ଜଣେ ଯୁବକଙ୍କ ମୃତ୍ୟୁ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। କେହି ଜଣେ ଦୁର୍ବୃତ୍ତ ମିଣ୍ଟୁଙ୍କୁ ହତ୍ୟା କରିଥିବା ପ୍ରତିବାଦ କରି ଆଜି ରାସ୍ତା ରୋକ୍‌ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ।

ଉତ୍ୟକ୍ତ ଗ୍ରାମବାସୀ ବାରିପଦା ମୁସାମାରୀ ଛକଠାରେ ମୃତ ମିଣ୍ଟୁ ତରେଇଙ୍କ ମୃତ ଦେହ ରଖି ରାସ୍ତା ଅବରୋଧ କରିଥିଲେ।

ପୋଲିସ ସୂଚନା ଅନୁସାରେ, ରାମଚନ୍ଦ୍ରପୁର ଗ୍ରାମରେ ଏକ ବାଲି ଖାଦାନ ବେଆଇନ ଭାବେ ଚାଲୁଥିବା ନେଇ ଏହି ଗ୍ରାମବାସୀ ଦୀର୍ଘଦିନ ହେବ ବିରୋଧ କରୁଥିଲେ। ବୁଧବାର ମିଣ୍ଟୁଙ୍କ ମୃତ୍ୟୁ ପରେ ବାଲି ମାଫିଆମାନେ ଜେସିବି ମେସିନ୍‌ରେ ହତ୍ୟା କରିଥିବା ନେଇ ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀମାନେ ପ୍ରତିବାଦ କରିଛନ୍ତି।

ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

Comment